Below header

ଲଞ୍ଚ ହେଲା ଓପୋର ସାନଦାର Oppo F15 ଫୋନ, ୫ ମିନିଟ ଚାର୍ଜରେ ଦୁଇ ଘଣ୍ଟା ପର୍ଯ୍ୟନ୍ତ କଥା ହେବା ସହିତ ପାଇବେ ୨ ହଜାର ଟଙ୍କା କ୍ୟାସବ୍ୟାକ୍‌

ଫୋନର ଜବରଦସ୍ତ ସଫଳତା ପରେ କମ୍ପାନୀ Oppo F15କୁ ଭାରତରେ ଲଞ୍ଚ କରିଛି। ଗୋଟିଏ ସିରିଜରେ  Oppo F11, Oppo F11 Proକୁ ଗ୍ରାହକମାନେ ବହୁତ ପସନ୍ଦ କରିଥିଲେ। ଏହି ଫୋନର ସବୁଠାରୁ ବଡ ଖାସିୟତ ହେଉଛି ଯେ ଏହା ବହୁତ ହାଲକା ଏବଂ ଚଉଡା ୭.୯ଏମଏମର ଅଟେ। ସେହିପରି ଏହି ଫୋନରେ VOOC 3.0 Flash Charge ଦିଆଯାଇଛି। କମ୍ପାନୀର କହବାନୁଯାୟୀ ଏହାକୁ କେବଳ ୫ ମିନିଟରେ ଚାର୍ଜ କରି ଦୁଇ ଘଣ୍ଟା ପର୍ଯ୍ୟନ୍ତ କଥା ହୋଇପାରିବେ, ଯାହା ୟୁଜର୍ସଙ୍କ ପାଇଁ ବହୁତ ସୁବିଧାଜନକ ଅଟେ। କାରଣ ଅନେକ ଥର ଏମିତି ହୋଇଥାଏ ଯେ ଆମେ ଯଦି କେବେ ବାହାରେ ଥାନ୍ତି କିନ୍ତୁ କାମ ପାଇଁ ଫୋନରେ କଥା ହେବା ଜରୁରୀ ହୋଇଥାଏ କିନ୍ତୁ ଚାର୍ଜ କରିବାକୁ ବହୁତ ଅଧିକ ସମୟ ନଥାଏ ତେବେ ଏହା ଆପଣଙ୍କ ପାଇଁ ଏକଦମ୍ ବେଷ୍ଟ ହେବ।

କେତେ ରହିଛି ଦାମ

opppoଏହି ଫୋନ କେବଳ ଗୋଟିଏ ଭେରିୟଣ୍ଟରେ ହିଁ ଆସିଥାଏ। ଏଥିରେ ୟୁଜର୍ସଙ୍କୁ ୮ଜିବି ଏବଂ ୧୨୮ ଜିବିର ଇଣ୍ଟରନାଲ ଷ୍ଟୋରେଜ ମଧ୍ୟ ମିଳିବ। ଏହାର ଦାମ ୧୯,୦୦୦ ଟଙ୍କା ହେବ। ଏହାର ପ୍ରିବକିଂ ଆରମ୍ଭ ହୋଇସାରିଛି। କିନ୍ତୁ ଏହି ଫୋନର ସେଲ ୨୪ ଜାନୁୟାରୀରେ ଆରମ୍ଭ ହେବ। ଏହି ଫୋନକୁ ଆମାଜନ, ଫ୍ଲିପକାର୍ଟ ଏବଂ ଓପୋର ଇ-ଷ୍ଟୋରରୁ କିଣିପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯଦି ଆପଣ ଏଚଡିଏଫସି କାର୍ଡରେ ଫୋନ କିଣୁଛନ୍ତି ତେବେ ୧୦% କ୍ୟାସବ୍ୟାକ୍ ମଧ୍ୟ ମିଳିବ।

ଫିଚର୍ସ ଏବଂ ସ୍ପେସିଫିକେସନ

Oppo F15ରେ ଆପଣଙ୍କୁ ୮ଜିବି ରାମ ସହିତ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ଦିଆଯିବ। କମ୍ପାନୀ ଡିସପ୍ଲେ ପାଇଁ AMOLED ପ୍ୟାନେଲ ବ୍ୟବହାର କରିଛି। ୬.୪ ଇଞ୍ଚର ଫୁଲ ଏଚଡି ପ୍ଲସ୍ ଡିସପ୍ଲେ ଦିଆଯାଇଛି ଏବଂ ଏହାର ଆସପେକ୍ଟ ରେସିଓ ୨୦:୯ ଅଟେ। ଫୋନରେ ଅଣ୍ଡର ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସ୍କାନର ଦିଆଯାଇଛି। ଏହି ସ୍ୱାର୍ଟଫୋନ MediaTek Helio P70 ପ୍ରୋସେସରରେ ଚାଲିଥାଏ।

phoneଯଦି ଆମେ କ୍ୟାମେରା ବିଷୟରେ କହିବା ତେବେ ଏଥିରେ ଆପଣଙ୍କୁ କ୍ୱାଡକୋର କ୍ୟାମେରା ସେଟଅପ୍ ମିଳିବ। ଯେଉଁଥିରେ ପ୍ରାଇମେରୀ କ୍ୟାମେରା ୪୮ ମେଗାପିକ୍ସେଲର ଅଟେ। ସେହିପରି ଅନ୍ୟଟିରେ ୮ ମେଗାପିକ୍ସେଲର ଓ୍ଵାଇଡ୍ ଆଙ୍ଗଲ ଏବଂ ତ୍ରୁତୀୟରେ ୨ ମେଗାପିକ୍ସେଲର ମାଇକ୍ରୋ ଲେନ୍ସ ଏବଂ ଚତୁର୍ଥ କ୍ୟାମେରାରେ ୨ ମେଗାପିକ୍ସେଲର ଡେପ୍ଥ ସେନସର ଦିଆଯାଇଛି। ଏହି ସ୍ମାର୍ଟଫୋନରେ Android 9 Pie ବେସଡ  ColorOS6 ଦିଆଯାଇଛି।

ସେଲଫି ପାଇଁ Oppo F15ରେ ୧୬ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଏଥିରୁ ଆପଣ ଜାଣିପାରୁଥିବେ ଏହାର କ୍ୟାମେରା ସେଟଅପ୍ କେତେ ଖାସ୍‌। Oppo F15ର ବ୍ୟାଟେରୀ ୪,୦୦୦ମାହର ଅଟେ। ଏହାସହିତ VOOC 3.0 ଫ୍ଲାସ୍ ଚାର୍ଜର ସପୋର୍ଟ ଦିଆଯାଇଛି। କମ୍ପାନୀ ଏହି ସ୍ମାର୍ଟଫୋନ ସହିତ VOOC 3.0 ଫାଷ୍ଟ ଚାର୍ଜ ମଧ୍ୟ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.