ସଫଳତାପୂର୍ବକ ଉତକ୍ଷେପଣ ହେଲା ଜିସାଟ-୩୦ ଉପଗ୍ରହ, ୨୦୨୦ରେ ଏହା ମହାକାଶର ପ୍ରଥମ ସଫଳ ମିଶନ

ନୂଆଦିଲ୍ଲୀ: ମହାକାଶକୁ ସଫଳତାପୂର୍ବକ ଉତକ୍ଷେପଣ ହେଲା ଜିସାଟ-୩୦ ଉପଗ୍ରହ । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନର ଯୋଗାଯୋଗ ଉପଗ୍ରହ ଜିସାଟ-୩୦କୁ ମଧ୍ୟରାତ୍ରି ୨ଟା ୩୫ରେ ଉତକ୍ଷେପଣ କରାଯାଇଛି । ଫ୍ରାନ୍‌ସର ଫ୍ରେଞ୍ଚ ଗୁଏନାସ୍ଥିତ କୋରୋଉ ଦ୍ୱୀପରୁ ଏହାକୁ ଉତେ୍‌କ୍ଷପଣ ହୋଇଛି। ଉତକ୍ଷେପଣର କିଛି ସମୟ ପରେ ଜିସାଟ-୩୦ରୁ ଏରିୟନ-୫ VA251ର ଉପର ଭାଗ ଅଲଗା ହୋଇ ନିଜର କକ୍ଷ ପଥରେ ସଫଳତାର ସହ ସ୍ଥାପିତ ହୋଇଛି । ୨୦୨୦ରେ ଏହା ମହାକାଶର ପ୍ରଥମ ସଫଳ ମିଶନ। ଇନସାଟ-୪ଏ ସ୍ଥାନରେ କାର୍ଯ୍ୟ କରିବ ଜିସାଟ-୩୦ ଉପଗ୍ରହ। ଇଣ୍ଟରନେଟ ଓ ପ୍ରଯୁକ୍ତି ବିଦ୍ୟାକୁ ମଜଭୂତ କରିବା ପାଇଁ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜିସାଟ-୩୦ର ସଫଳ ଉତ୍‌କ୍ଷେପଣ ଦେଶର ଯୋଗାଯୋଗ କ୍ଷେତ୍ରକୁ ସୁଦୃଢ କରିବ । ଏହାଦ୍ୱାରା ଦେଶରେ ଇଣ୍ଟରନେଟ ଟେକ୍‌ନୋଲୋଜି ବ୍ୟବସ୍ଥା ଲାଗୁ ହେବା ନେଇ ଆଶା କରାଯାଇଛି । ଖୁବ ଶୀଘ୍ର ଏହାର ବ୍ୟବହାର ଦ୍ୱାରା 5G ଇଣ୍ଟରନେଟ ସେବା ଲାଗୁ ହୋଇପାରେ ବୋଲି ଜଣାପଡ଼ିଛି । କେବଳ ସ୍ପିଡ ଇଣ୍ଟରନେଟ ନୁହେଁ, ଟେଲିଭିଜନ ପ୍ରସାରଣ, ସାଟେଲାଇଟ ଜରିଆରେ ଖବର ପ୍ରସାରଣ, ସମାଜର ବିଭିନ୍ନ କ୍ଷେତ୍ରରେ ଲାଗୁ ହେବାକୁ ଥିବା ଜିଓ ସ୍ପେସିଆଲ ସୁବିଧା, ପାଣିପାଗ ବିଭାଗ ସୂଚନା ଓ ଆକଳନରେ ମଧ୍ୟ ଅନେକ ଲାଭ ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.