Below header

ହ୍ବାଟ୍ସଆପ ଭିଡ଼ିଓ କଲିଂ କରୁଛନ୍ତି କି ?  ତେବେ ସାବଧାନ, ହୋଇପାରେ ଆପଣଙ୍କ ମୋବାଇଲ ଫୋନ୍ ହ୍ଯାକ୍

ନୂଆଦିଲ୍ଲୀ : ପ୍ରଥମେ ଫେସବୁକ୍ ଏବଂ ପରେ ଗୁଗୁଲ ପ୍ଲସର ଗ୍ରାହକଙ୍କ ଡ଼ାଟା ଅସୁରକ୍ଷିତ ହେବା ପରେ ଏବେ ହ୍ବାଟ୍ସଆପ ଉପରେ ବିପଦ ଘୂରି ବୁଲୁଛି। ଟେକ୍ନୋଲୋଜି ୱେବସାଇଟ ZDnet ମେସେଜିଂ ଆପ ହ୍ବାଟ୍ସଆପ ଉପରେ ଏକ ଅଲଗା ପ୍ରକାରର ହ୍ଯାକିଂର ଆରୋପ ଲଗାଇଛି। ୱେବସାଇଟ ଅନୁଯାୟୀ, ହ୍ବାଟ୍ସଆପରେ ଏକ ପ୍ରକାରର ବଗ୍ ଦେଖାଯାଇଛି ଯାହା ହ୍ଯାକର୍ସଙ୍କୁ ଗ୍ରାହକଙ୍କ ଆକାଉଣ୍ଟର ଆସେସ୍ ଦେଉଛି।

whats app

ରିପୋର୍ଟ ଅନୁଯାୟୀ , ଏହା ସତେବେଳେ ହେଉଛି ଯେତେବେଳେ ଗ୍ରାହକ କାହାର ଭିଡ଼ିଓ କଲ ରିସିଭ୍ କରୁଛନ୍ତି। ଯଦି ଆପଣ ମଧ୍ୟ ହ୍ବାଟ୍ସଆପରେ ଭିଡ଼ିଓ କଲ କରନ୍ତି ତେବେ ହୋଇଯାଆନ୍ତୁ ସାବଧାନ। କାରଣ ଆପଣଙ୍କ ମୋବାଇଲ ହ୍ଯାକ୍ ହେବାର ସବୁଠାରୁ ଅଧିକ ସମ୍ବାବନା ରହିଛି। ସୂଚନା ମୁତାବକ, ଆଣ୍ଡ୍ରୋଏଡ଼୍ ଏବଂ ଆଇଓଏସ ହ୍ବାଟ୍ସଆପରେ ପ୍ରଥମେ ଅଗଷ୍ଟ ମାସରେ ଦେଖାଯାଇଥିଲା ଯାହାକୁ ଅକ୍ଟୋବରରେ ଠିକ୍ କରାଯାଇଥିଲା।

ତେବେ ଏହି ଘଟଣା ସମ୍ବନ୍ଧୀୟ ଫେସବୁକ୍ କୌଣସି ପ୍ରତିକ୍ରିୟା ରଖିନାହିଁ। ଏଣୁ ବଗ୍ ଠିକ୍ ହେବା ପୂର୍ବରୁ ହ୍ଯାକର୍ସ ଡ଼ାଟାର କୌଣସି ଭୁଲ ବ୍ଯବହାର କରିନାହାନ୍ତି ସେ ନେଇ କୌଣସି ସଠିକ୍ ସୂଚନା ମିଳୁନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.