ଜାଣିଛନ୍ତି କି, କାହିଁକି ମଲ୍ ଟଏଲେଟ ତଳୁ ରହିଥାଏ ଖୋଲା, ରହିଛି ଏହା ପଛରେ କିଛି ମଜାଦାର ରହସ୍ୟ

ଆମର ଦୈନନ୍ଦିନ ଜୀବନରେ ଏମିତି ଅନେକ ଜିନିଷ ଦେଖିବାକୁ ମିଳିଥାଏ ଯାହା ଦ୍ବାରା ଆମର ଧ୍ୟାନ ସେହି ଜାଗା ଆଡକୁ ଆକର୍ଷିତ କରିଥାଏ। ତାହା ପଛର କାରଣ ଖୋଜିବାକୁ ବାଧ୍ୟ କରାଇଥାଏ। କିଛି ଏମିତି ଆଶ୍ଚର୍ଯ୍ଯଜନକ ଦ୍ରୁଶ୍ୟ ଦେଖିବାକୁ ମିଳିଥାଏ ମଲରେ ଥିବା ଟଏଲେଟରେ କାରଣ ଆପଣ ଦେଖିଥିବେ ଯେ ମଲ୍ ଏବଂ ମଲଟିପ୍ଲେକ୍ସ ଗୁଡିକରେ ଶୌଚାଳୟ ତଳ ପଟୁ ଖୋଲା ରହିଥାଏ। ଚଟାଣ ଏବଂ କବାଟ ମଝିରେ ବହୁତ ଅଧିକ ଫାଙ୍କ ରହିଥାଏ। ଆସନ୍ତୁ ଜାଣିବା ଏହା ପଛରେ ଥିବା କାରଣ ସମ୍ପର୍କରେ।

toilet-malସେଠାକାର ଶୌଚାଳୟ ଦିନ ସାରା ବ୍ୟବହାର କରାଯାଇଥାଏ। ଯାହା ଦ୍ବାରା ଚଟାଣ ଖରାପ ହୋଇଥାଏ। ଚଟାଣ ଏବଂ କବାଟ ମଧ୍ୟରେ ଫାଙ୍କା ରହିବା କାରଣରୁ ଶୌଚାଳୟରେ ପୋଛା ଲଗାଇବା ସହଜ ହୋଇଯାଏ ଯାହା ଦ୍ବାରା ୱାଇପର ଏବଂ ମଫ ଲଗାଇପାରେ ସହଜ ହୋଇଥାଏ।

ଯଦି କିଛି ମେଡିକାଲ ଏମରଜେନ୍ସି ହୋଇଗଲା ଏବଂ ବ୍ୟକ୍ତି ଭିତରୁ ବାହାରକୁ ଆସିନପାରେ ତେବେ ଏହା ଜଣାପଡିବ ଯେ କେହି ବହୁତ ସମୟ ହେଲା ଭିତରେ ଅଛି ।

toiletକେବେକେବେ ଛୋଟ ପିଲା ମାନେ ଟଏଲେଟ ଭିତରକୁ ଯାଇ ଭିତରୁ ବନ୍ଦ କରିଦିଅନ୍ତି ଏବଂ କେମିତି ଖୋଲିବେ ଜାଣି ପାରନ୍ତି ନାହିଁ। ଯଦି ପିଲାଙ୍କ ସାହାଯ୍ୟ ପାଇଁ କେହି ନ ଆସନ୍ତି। ତେବେ ପିଲା କବାଟ ତଳ ଦେଇ ବାହାରକୁ ବାହାରି ପାରିବେ।

ଏକ କାରଣ ଏହା ମଧ୍ୟ ଯେ ଶୌଚାଳୟ ଭିତରୁ ଗୋଡ ଦେଖାଯିବ ଯାହା ଦ୍ବାରା କେହି ଭୁଲରେ ମଧ୍ୟ ଶୌଚାଳୟ ଭିତରକୁ ପ୍ରବେଶ କରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.