ରିଅଲ ମି ଏକ୍ସର ଅଫଲାଇନ ବିକ୍ରି ଆରମ୍ଭ, ଅଗଷ୍ଟ ୭ରେ ଆଗାମୀ ଅନଲାଇନ ସେଲ
ରିଅଲ ମି ଗ୍ରାହକଙ୍କ ପାଇଁ ଖୁସି ଖବର। ଯେଉଁମାନେ ଅନଲାଇନରେ ଫୋନ କିଣିବା ବିଷୟରେ ଜାଣିନାହାନ୍ତି ଏବେ ସେମାନେ ଅଫଲାଇନରେ ମଧ୍ୟ ଏହି ଫୋନ କିଣିପାରିବେ। ଭାରତରେ ରିଅଲ ମି ଏକ୍ସର ପ୍ରାରମ୍ଭିକ ମୂଲ୍ୟ ୧୬,୯୯୯ ଟଙ୍କା ରହିଛି। ଏହାର ଏବେ ଅଫଲାଇନରେ ମିଳୁଥିବା ବେଳେ ଏହାର ଆଗାମୀ ଅନଲାଇନ ସେଲ ଅଗଷ୍ଟ ୭ ତାରିଖରେ ହେବ। ଏହାର ଦୁଇଟି ଭାରିଏଣ୍ଟ ରହିଛି। ପ୍ରଥମଟିର ମୂଲ୍ୟ ୧୬,୯୯୯ ଟଙ୍କା ଥିବା ବେଳେ ଦ୍ୱିତୀୟର ମୂଲ୍ୟ ୧୯,୯୯୯ ଟଙ୍କା ରହିଛି। ୧୬,୯୯୯ ଟଙ୍କା ମୂଲ୍ୟର ଫୋନରେ ୪ ଜିବି ରାମ ସହିତ ୧୨୮ ଜିବି ଷ୍ଟୋରେଜ କ୍ଷମତା ରହିଥିବା ବେଳେ ଅନ୍ୟ ଫୋନରେ୮ ଜିବି ରାମ ସହିତ ୧୨୮ ଜିବି ଷେ୍ଟାରେଜ କ୍ଷମତା ରହିଛି।
ଫୋନ ସ୍ପେସିଫିକେସନ
ରିଅଲ ମି ଏକ୍ସରେ ଡୁଆଲ ସିମ ସହ ପାଇବେସଡ colorOS 6.0 ରେ ଚାଲିବ।
ଏଥିରେ ପ୍ରୋସେସ ବେସଡ ୨.୨Ghz ସ୍ପିଡ ସହିତ କ୍ୱାଲାକୋମ ସ୍ୱାପଡ୍ରାଗନ ୭୧୦ ପ୍ରୋସେସର ମଧ୍ୟ ଗ୍ରାହକଙ୍କୁ ମିଳିବ।
ଏହି ସ୍ମାର୍ଟଫୋନରେ ୪ ଜିବି/୮ ଜିବି ରାମ ସହିତ ୬.୫୩ ଇଞ୍ଚ ଫୁଲଏଚଡି ଡିସପେ୍ଲ ରହିଛି। ଏହାର ଇଣ୍ଟରନାଲ ମେମୋରୀ ୧୨୮ ଜିବି ପର୍ଯ୍ୟନ୍ତ ରହିଛି।
କିନ୍ତୁ ଏଥିରେ ନିଜର ମେମୋରୀ କାର୍ଡ ବଢାଇବା କ୍ଷମତା ଗ୍ରାହକଙ୍କୁ ମିଳିବ ନାହିଁ।
ଫଟୋଗ୍ରାଫି ପାଇଁ ଏହାର ରିଅର ୪୮ ଏମପି କ୍ୟାମେରା ସହିତ ୫ ଏମପି ସେକେଣ୍ଡାରୀ କ୍ୟାମେରା ମଧ୍ୟ ରହିଛି।