ଖୁବଶୀଘ୍ର ଆରମ୍ଭ ହେବ କ୍ୟାଟ୍‌ ପରୀକ୍ଷା ରେଜିଷ୍ଟ୍ରେସନ, ଜାଣନ୍ତୁ ପରୀକ୍ଷା ଦେବାର ତାରିଖ

କମନ ଆଡମିନଶନ ଟେଷ୍ଟ ପରୀକ୍ଷାକୁ ଅପେକ୍ଷା କରିଥିବା ଆବେଦନକାରୀ ପାଇଁ ଖୁସି ଖବର। ଯେଉଁମାନେ ଏହି ପରୀକ୍ଷା ଦେବା ପାଇଁ ଅପେକ୍ଷାରତ ଥିଲେ, ସେମାନେ ଏବେ ଅନଲାଇନ ରେଜିଷ୍ଟ୍ରେସନ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ। ଆସନ୍ତା ଅଗଷ୍ଟ ୭ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇ ୧୮ ତାରିଖରେ ଶେଷ ହେବ। ଏହାର ପରୀକ୍ଷା ନଭେମ୍ବର ୨୪ରେ ହେବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଆଇଆଇଏମ୍‌ କୋଝିକୋଡ ଚଳିତ ପରୀକ୍ଷା କରାଇବ। ଏହି ପରୀକ୍ଷା ଦ୍ୱାରା ଦେଶରେ ଥିବା ମ୍ୟାନେମେଣ୍ଟ ସଂସ୍ଥାରେ ନାମ ଲେଖିପାରିବେ ପରିକ୍ଷାର୍ଥୀ। ପରୀକ୍ଷାର ଆବେଦନ ଦେଶର ସବୁ ରାଜ୍ୟର ୧୫୬ଟି କେନ୍ଦ୍ରରେ ହେବ। ଏଥିରେ ଆବେଦନକାରୀଙ୍କୁ ୪ଟି ସହରର ଅପସନ ଦିଆଯିବ। ଏହି ପରୀକ୍ଷା ପାଇଁ ଆଡମିଟ କାର୍ଡ ୨୩ ଅକେ୍ଟାବରକୁ ଉପଲବ୍ଧ ହେବ। ଏଥିରେ ପଞ୍ଜୀକରଣର ଶେଷ ତାରିଖ ପରେ ଆବେଦନକାରୀଙ୍କୁ ପରୀକ୍ଷା କେନ୍ଦ୍ର ଏବଂ ସହର ନାମ ଦିଆଯିବ। ପରୀକ୍ଷାର୍ଥୀ ପରୀକ୍ଷା ବିଷୟରେ ସବିଶେଷ ତଥ୍ୟ ଜାଣିବାକୁ ହେଲେ କ୍ୟାଟର ୱେବସାଇଟ iimcat.ac.in କୁ ଲଗ୍‌ ଇନ କରି ନୋଟିଫିକେସନରେ ଦେଖିପାରିବେ। ଏଥିରେ ପଞ୍ଜୀକରଣ କରିବ ପାଇଁ ଆପଣଙ୍କ ଅନଲାଇନ ପେମେଣ୍ଟ କରିବାକୁ ମଧ୍ୟ ପଡିବ। ଆପଣ ନିଜ କ୍ରେଡିଟ କାର୍ଡ, ଡେବିଟ କାର୍ଡ, ଏବଂ ନେଟବ୍ୟାକିଂ ଜରିଆରେ ପେମେଣ୍ଟ କରିପାରିବେ ବୋଲି ପରୀକ୍ଷାର ସଂଯୋଜକ ପ୍ରଫେସର ସୁଭାଶିଷ ଡେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.