Below header

Realme Narzo 10 A ପ୍ରଥମ ସେଲ୍‌ ଆରମ୍ଭ, ମିଳୁଛି ଆକର୍ଷଣୀୟ କ୍ୟାଶବ୍ୟାକ୍‌ ଅଫର

ଯଦି ଆପଣ ସ୍ମାର୍ଟଫୋନ କିଣିବାକୁ ଚାହୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର। ଆଜି Realme Narzo 10 A ଆଜି ହିଁ ଲଞ୍ଚ କରିବାକୁ ଯାଉଛି। ଏହି ସ୍ମାର୍ଟଫୋନର ପ୍ରଥମ ସେଲ୍‌ – କମର୍ସ ସାଇଟ୍‌ ଫ୍ଲିପକାର୍ଟ ଏବଂ ରିଅଲ ମିର ଅଧିକାରକ ସାଇଟ୍‌ରେ ୧୨ଟାରୁ ଆରମ୍ଭ ହେବାକୁ ଯାଉଛି। ଏହି ଫୋନ କିଣିଲେ ଶାନଦାର ଡିସକାଉଣ୍ଟ ସହ ଆକର୍ଷଣୀୟ ଅଫର ମିଳିଛି। ଏହି ସ୍ମାର୍ଟଫୋନର ୩ ଜିବି ରାମ, ୩୨ ଜିବି ଷ୍ଟୋରେଜ ଏବଂ ୪ ଜିବି ରାମ ଏବଂ ୬୪ ଜିବି ଷ୍ଟୋରେଜର ଭାରିଅଣ୍ଟରେ ଉପଲବ୍ଧ ହେବ। ଏହାର ପ୍ରଥମ ଭାରିଅଣ୍ଟର ମୂଲ୍ୟ ୮,୯୯୯ ଟଙ୍କା ଏବଂ ଦ୍ୱିତୀୟ ଭାରିଅଣ୍ଟର ମୂଲ୍ୟ ୯,୯୯୯ ଟଙ୍କା ରହିଛି।

ଅଫର :

ଏହି ଫୋନକୁ ଫ୍ଲିପକାର୍ଟର ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡରେ କିଣିଲେ ୫ ପ୍ରତିଶତ କ୍ୟାସବ୍ୟାକ ସହିତ ଆକ୍ସିସ ବ୍ୟାଙ୍କର ବଜରୁ ପେମେଣ୍ଟ କରିବାରେ ୧୦ ପ୍ରତିଶତ ଡିସକାଉଣ୍ଟ ମିଳିବ। ନୋ କଷ୍ଟ ଇଏମଆଇ ଅଫର ସହିତ ଫୋନକୁ କିଣିପାରିବେ।

realme-narzo-10-

Realme Narzo 10 A କୁ ନେଇ ଖବର ଆସିଛି ଏହି ଫୋନରେ ୬.୫ଇଞ୍ଚର ଓ୍ଵାଟରଡ୍ରପ ନଞ୍ଚ ଡିସପ୍ଲେ ପାଇପାରିବେ। ଏହାବ୍ୟତୀତ ଫୋନରେ ଚାରଟି ରିୟର କ୍ୟାମେରା ରହିଛି। ଯେଉଁଥିରେ ମୁଖ୍ୟ କ୍ୟାମେରା ୪୮ ମେଗାପିକ୍ସଲ ରହିବ। ଫୋନରେ 5000mAh ର ବ୍ୟାଟେରୀ ରହିଛି, ଯାହା ଫାଷ୍ଟ ଚାର୍ଜିର୍ଂକୁ ସପୋର୍ଟ କରିବ। ସେହିଭଳି Realme Narzo 10A ରେ ଟ୍ରିପଲ ରିୟର କ୍ୟାମେରା ସେଟଅପ୍ ମିଳିବ। ଏଥିରେ ହିଲିୟୋ G80 ପ୍ରୋସେସର ମଧ୍ୟ ରହିଛି। ଫୋନରେ ଆଣ୍ଡ୍ରୋଏଡ ୧୦ ଆଧାରିତ ରିୟଲମି ୟୁଆଇ ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.