କରୋନା ନେଲା ଆଉ ୪ମୁଣ୍ଡ, ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୫୬ରେ ପହଞ୍ଚିଲା

ଭୁବନେଶ୍ବର: ଅନ୍ଯପଟେ ଆଜି କରୋନାରେ ଆଉ ୪ ଜଣଙ୍କ ମୁଣ୍ଡ ନେଇଛି । ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୫୬ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । ମୃତକ ଚାରିଜଣ ଗଞ୍ଜାମ ଜିଲ୍ଲାର । ଏହାକୁ ମିଶାଇ ଗଞ୍ଜାମରେ ମୋଟ ମୃତ୍ୟୁସଂଖ୍ୟା ୩୪ ଛୁଇଁଲା । ଏହାସହ ଅନ୍ଯ କାରଣ ଫଳରେ ଆଉ ୨ଜଣ କରୋନା ରୋଗୀଙ୍କର ମଧ୍ଯ ମୃତ୍ୟୁ ହୋଇଥିବା ଜଣାପଡିଛି।

death corona

ତେବେ ଗଞ୍ଜାମ ଜିଲ୍ଲାର ମୃତକ ୪ଜଣଙ୍କ ଭିତରୁ ସଭିଏଁ ପୁରୁଷ । ଜଣେ ୪୧ ବର୍ଷିୟ ଯିଏକି ହାଇପରଟେନସନରେ ପୀଡିତ ଥିଲେ। ଏହାସହ ଜଣେ ୫୮ ବର୍ଷିୟ, ଏହାସହ ଆଉ ଦୁଇ ଜଣ ୪୮ ଓ ୩୨ ବର୍ଷିୟ ଯିଏକି ଡାଇବେଟିସରେ ପୀଡିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.