Below header

ବିପୁଳ ପରିମାଣର ଗୋରୁ ମାଂସ ଜବତ, ପୋଲିସ ହାତରୁ ବେପାରୀ ଚମ୍ପଟ

ମାହାଙ୍ଗା(କେନ୍ଯୁଜ୍): କଟକ ଜିଲ୍ଲା ମାହାଙ୍ଗା ଥାନା ଭଉଁରିଆ ପଞ୍ଚାୟତ ନହଙ୍ଗା ଗାଁରେ ଦୀର୍ଘ ଦିନରୁ ଜନୈକ ବ୍ଯକ୍ତି ସେକ୍ କାଲା ଗୋଂମାସ ବିକ୍ରୟ କରୁଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଏବାବଦରେ ଅଭିଯୋଗ କରିଥିଲେ ମଧ୍ଯ ପୋଲିସ କୌଣସି କାର୍ଯ୍ଯାନୁଷ୍ଠାନ ନେଇନଥିଲା। ଏନେଇ ଗତକାଲି ବିଳମ୍ବିତ ରାତିରେ ମାହାଙ୍ଗା ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଚଢାଉ କରି ବିପୁଳ ପରିମାଣର ଗୋମାଂସ ଜବତ କରିଛି। ଅନ୍ଯପଟେ ପୋଲିସ ହାତରୁ ଚମ୍ପଟ ମାରିଛି ଗୋ କଟାଳି ଏବଂ ତା’ର ସହଯୋଗୀ। ଏନେଇ ତୁରନ୍ତ ଗୋମାଂସ ବେପାର କରୁଥିବା ବ୍ଯକ୍ତିଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.