ମା’ କୁକୁରର ମମତା ଆଗରେ ଭିଜିଗଲା ମଣିଷର ଆଖି, ଉମରକୋଟ କଲେଜ ଛକ ନିକଟରେ ଘଟିଛି ଏହି ହୃଦୟସ୍ପର୍ଶୀ ଘଟଣା

ଉମକୋଟ: ମା । ଶବ୍ଦ ହିଁ ଯଥେଷ୍ଟ। ତାର ବାଖ୍ଯା କରିବା ଏଇ ମଣିଷ ପକ୍ଷେ ଅସମ୍ଭବ। ମାର ମମତା ଗୋଟେ ପଟେ ଆଉ ଏ ଦୁନିଆର ରୀତିନୀତି ଗୋଟେ ପଟେ। ସେ ମନୁଷ୍ୟ ହେଉ ଅବା ପଶୁ ପକ୍ଷୀ ମା ର ମମତା ସମସ୍ତଙ୍କ ପାଖେ ରହିଛି। ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ଉମରକୋଟ କଲେଜ ଛକ ନିକଟରେ।

ଏକ କୁକୁର ଛୁଆକୁ ଅଜଣା ଗାଡି ମାଡି ଯିବାରୁ ତାର ମୃତ୍ୟୁ ହୋଇଛି । କିନ୍ତୁ ମାଁର ମମତା କଣ ମାନୁଛି ଯେ ତା ପିଲା ଆଉ ଏଇ ଦୁଇନିଆରେ ନାହଁ । ସେମିତି ମା କୁକୁରଟି ଜଗି ରହିଛି ମୃତ ଛୁଆଟି ପାଖରେ । ଭାବୁଛି କାଳେ ମୋ ଛୁଆ ଉଠିଯିବ କି । ବ୍ଯତିବ୍ଯସ୍ତ ହୋଇପଡୁଛି ମା କୁକୁରଟି ।

dogସେହି ରାସ୍ତା ଦେଇ ଗାଡିରେ ଯିଏ ଯାଆସ କରୁଛି ତାକୁ ଗୋଡାଇବାରେ ଲାଗୁଛି, ଭାବୁଛି ମୋ ଛୁଅ୍ରାକୁ କାଳେ କିଏ କଣ କରିଦବ । ତେବେ ଏହି ଖବର ପାଇ ଲକଡାଉନ ସମୟରେ କୁକୁର ମାନଙ୍କୁ ଖାଇବାକୁ ଦେଉଥିବା ଲୋକମାନେ ଘଟଣାସ୍ଥଳରେ ପହଂଚି ଥିଲେ । ଘଟଣାଟିକୁ ନିଜ ଆଖିରେ ଦେଖି ଦୁଃଖ ପ୍ରକାଶ କରିଥିଲେ। ମା ର ମମତା କୁ ଏପରି ଦେଖି ବହୁ ପଶୁ ପ୍ରେମୀମାନଙ୍କ ମନରେ ଖୁବ୍ ଆଘାତ ଲାଗିଛି । ତେବେ ରାସ୍ତା ଘାଟରେ ଗାଡି ଚଳାଉଥିବା ସମସ୍ତଙ୍କୁ ଅନୁରୋଧ ଗାଡି ଚଳାଇବାବେଳେ ଏଇ ନିରିହ ଅକୁହା ପଶୁଙ୍କ ପ୍ରତି ଟିକେ ଧ୍ଯାନ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.