Below header

୧୦ ହଜାରରୁ କାମ ଦରରେ ପାଇପାରିବେ Redmiର ଏହି ସାନଦାର ଫୋନ, ଆଜିଠୁ ଆରମ୍ଭ ହେଉଛି ସେଲ

ସାଓମୀର ଶସ୍ତା ସ୍ମାର୍ଟଫୋନ ରେଡ଼ମୀ 9i ର ସେଲ ଆଜି ଦ୍ବିପହର ୧୨ଟା ଠାରୁ ଆରମ୍ଭ ହୋଇଯାଇଛି । ଏହାକୁ ଅନଲାଇନ ସପିଙ୍ଗ ୱେବସାଇଟ ଫ୍ଲିପକାର୍ଟ ଓ କମ୍ପାନୀର ୱେବସାଈଟ Mi. com ରୁ ସହଜରେ କିଣାଯାଇପାରିବ । କହିରଖିବା ଉଚିତ ହେବକି ଚଳିତ ମାସ ପ୍ରଥମ ସପ୍ତାହରେ ହିଁ ଏହି ସ୍ମାର୍ଟଫୋନ ଟିକୁ କମ୍ପାନୀ ପକ୍ଷରୁ ବଜାରରେ ଲଞ୍ଚ କରାଯାଇଥିଲା । ୧୦ ହଜାରରୁ କମ ମୂଲ୍ୟର ଏହି ସ୍ମାର୍ଟଫୋନରେ ୫୦୦୦ mAh ବ୍ୟାଟେରୀ, ୪ ଜିବି ରାମ ସମେତ ୧୨୮ ଜିବି ଷ୍ଟୋରେଜ ପରି ଫିଚର୍ଚ୍ଚସ ମିଳିପାରିବ । ପ୍ରକୃତରେ Redmi 9i ସ୍ମାର୍ଟଫୋନ ଦୁଇଟି ଭେରିୟାଣ୍ଟରେ ବଜାରରେ ଉପଲବ୍ଧ ହେଉଛି । ଏହାର ୪ ଜିବି ରାମ + ୬୪ ଜିବି ଷ୍ଟୋରେଜ ମଡେଲର ମୂଲ୍ୟ ୮୨୯୯ ଟଙ୍କା ଥିବା ବେଳେ ୪ ଜିବି ରାମ + ୧୨୮ ଜିବି ଷ୍ଟୋରେଜ ମଡେଲର ମୂଲ୍ୟ ୯୨୯୯ ଟଙ୍କା ରହିଥିବା ନେଇ ଜଣାଯାଇଛି ।

ତିନି ତିନିଟି କଲର ଅପସନ ମିଦନାଈଟ ବ୍ଲାକ, ସି ବ୍ଲୁ ଓ ନେଚର ଗ୍ରୀନ କଲରରେ ବଜାରରେ ଉପଲବ୍ଧ ହେଉଛି । ରେଡ଼ମୀ 9i ସ୍ମାର୍ଟଫୋନରେ ୬.୫୩ ଇଞ୍ଚ ଏଚଡ଼ିପ୍ଲସ ଡିଷ୍ପ୍ଲେ, ୭୨୦x ୧୬୦୦ ପିକଶାଲା ସହ ଉପଲବ୍ଧ ହେଉଛି । ଏହି ଡୁଆଲ ସ୍ମାର୍ଟଫୋନରେ ଅକଟାକୋର ମିଡିଆକୋର ହିଲିଓ G 25 ପ୍ରୋସେସର, ୪ ଜିବି ରାମ ସହ ୬୪ ଜିବି /୧୨୮ ଜିବି ଷ୍ଟୋରେଜ ଅପସନ ସହ ମିଳିପାରିବ। ଫୋନରେ ମାଇକ୍ରୋଏସଡି କାର୍ଡ ଜରିଆରେ ୫୧୨ ଜିବି ପର୍ଯ୍ୟନ୍ତ ବଢ଼ା ଯାଇପାରିବ । ଫୋଟୋଗ୍ରାଫି ପାଇଁ ଏଥିରେ ସିଙ୍ଗଲ ଫ୍ରଣ୍ଟ କ୍ୟାମେରା ସୁବିଧା ମିଳିପାରିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.