ଗୁରୁବାର ଦିନ କରନ୍ତୁ ଏହି ଗଛର ପୂଜା, ମିଳିବ ଅନେକ ଲାଭ

ହିନ୍ଦୁ ଧର୍ମରେ କଦଳୀ ବୃକ୍ଷକୁ ପବିତ୍ର ବୋଲି କୁହାଯାଇଥାଏ। ଏହିକାରଣରୁ କଦଳୀ ଗଛର ପୂଜା ମଧ୍ୟ କରାଯାଇଥାଏ। ଏଥିସହ ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ କଦଳୀ ପତ୍ର ଏବଂ କଦଳୀ ବୃକ୍ଷର ପୂଜା କରାଯାଇଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ ଗୁରୁବାର ଦିନ କଦଳୀ ବୃକ୍ଷ ପୂଜା କରିବା ଉଚିତ। କୁହାଯାଇଥାଏ ଯେକୌଣସି ଭକ୍ତ ଯଦି ଗୁରୁବାର ଦିନ କଦଳୀ ବୃକ୍ଷ ପୂଜା କରିଥାନ୍ତି ତେବେ ସେହି ବ୍ୟକ୍ତିଙ୍କ ଉପରେ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଏଥିସହ କଦଳୀ ଗଛ ପୂଜା କରିବା ଦ୍ୱାରା ଘରେ ଧନ-ସମ୍ପତ୍ତିର ମଧ୍ୟ ଆଗମନ ହୋଇଥାଏ।

କଦଳୀ ବୃକ୍ଷରେ ବାସ କରିଥାନ୍ତି ଭଗବାନ ବିଷ୍ଣୁ:

ମାନ୍ୟତା ରହିଛି କଦଳୀ ଗଛରେ ସ୍ୱଯଂ ନାରାୟଣ ବାସ କରିଥାନ୍ତି। ଗୁରୁବାର ଦିନ କଦଳୀ ଗଛ ପୂଜା କରୁଥିବା ବ୍ୟକ୍ତିଙ୍କ ଠାରେ ଭଗବାନ ପ୍ରସନ୍ନ ହୋଇ ସୁଖ-ସମୃଦ୍ଧିର ବରଦାନ ଦେଇଥାନ୍ତି। କଦଳୀ ଗଛ ଶୁଭ ଏବଂ ସମ୍ପର୍ଣ୍ଣତାର ପ୍ରତୀକ।

banana tree1ବିବାହରେ ଦେଖାଯାଉଥିବା ସମସ୍ୟା ହୋଇଥାଏ ଦୂର:

ଯଦି ଆପଣଙ୍କ ଜାତକରେ ଗୁରୁଙ୍କ ସ୍ଥାନ ଖରାପ ଚାଲିଥାଏ ଏବଂ ବିବାହରେ ସମସ୍ୟା ଦେଖାଯାଇଥାଏ ତେବେ ଆପଣ କୌଣସି ଜ୍ୟୋତିଷଙ୍କ ଉପଦେଶ ଅନୁଯାୟୀ ଗୁରୁବାର ଦିନ ଉପବାସ ରଖିବା ସହ କଦଳୀ ଗଛ ପୂଜା କରିବା ଉଚିତ। ଏପରି କରିବା ଦ୍ୱାରା କୁଣ୍ଡଳୀରେ ଗୁରୁ ଗ୍ରହ ମଜବୁତ ହେବା ସହ ବିବାହରେ ଦେଖାଯାଉଥିବା ସମସ୍ୟା ଦୂର ହୋଇଥାଏ।

କଦଳୀ ବୃକ୍ଷ ତଳେ ଦୀପ ଲଗାନ୍ତୁ:

ଭଗବାନ ବିଷ୍ଣୁ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରିଥାନ୍ତି। ଏଥିପାଇଁ ତାଙ୍କୁ ପିତାମ୍ବରଧାରୀ କୁହାଯାଇଥାଏ। ଗୁରୁବାର ଦିନ ଆପଣ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରି କଦଳୀ ଗଛ ତଳେ ଦୀପ ଲଗାଇବା ଦ୍ୱାରା ଭଗବାନ ବିଷ୍ଣୁଙ୍କ କୃପା ଲାଭ ହୋଇଥାଏ।

ଗୁରୁବାର ଦିନ କରୁନ୍ତୁ ନାହିଁ ଏସବୁ କାମ:

ଗୁରୁବାର ଦିନ କେଶ ଶାମ୍ପୂ କରିବା ଅନୁଚିତ। ଏହି ଦିନ ଦୈନିକ ସଫା କରିବା ବ୍ୟତୀତ ଅନ୍ୟ କିଛି ଜିନିଷ ସଫା କରିବା ଅନୁଚିତ। ଗୁରୁବାର ଦିନ କୌଣସି କଳା ଗାଈକୁ ହଳିଦିଆ ରଙ୍ଗର ଲଡୁ ଖୁଆଇବା ଦ୍ୱାରା ଆପଣଙ୍କର ଅଟକି ରହିଥିବା ଧନ ପ୍ରାପ୍ତ ହୋଇଥାଏ। ଏଥିସହ ସମ୍ପତ୍ତି ବିବାଦରୁ ମଧ୍ୟ ମୁକ୍ତି ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.