Below header

Redmi Note 10 Pro Max ରେ ମିଳୁଛି ଜବରଦସ୍ତ ଡିସକାଉଣ୍ଟ, ଜଲଦି ଅଫରର ଲାଭ ଉଠାନ୍ତୁ

ଭାରତରେ ନିଜର ଦମଦାର ସ୍ମାର୍ଟଫୋନ ଜରିଆରେ ବେଶ ଲୋକପ୍ରିୟତା ହାସଲ କରିପାରିଛି ଚୀନ କମ୍ପାନୀ ସାଓମୀ। ଗତ ମାସରେ ରେଡମି ନୋଟ ସିରିଜର ସ୍ମାର୍ଟଫୋନ ଲଞ୍ଚ କରିଛି। ଏହାପୂର୍ବରୁ କମ୍ପାନୀ ରେଡ ମି ନୋଟ ୧୦ ସିରିଜ ଲଞ୍ଚ କରିସାରିଛି। ଏବେ କମ୍ପାନୀ ଏହି ସିରିଜର ଟପ୍ ଭାରିଅଣ୍ଟରେ Redmi Note 10 Pro Max ଡିସକାଉଣ୍ଟ ଦେଉଛି।

Redmi Note 10 Pro Maxର ୬ ଜିବି ରାମ ଏବଂ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ ଭାରିଆଣ୍ଟର ଦାମ୍ ୧୯,୯୯୯ ଟଙ୍କା ରହିଛି। ଏହାଛଡା ୮ ଜିବି ରାମ ଏବଂ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ ଭାରିଅଣ୍ଟର ଦାମ୍ ୨୧,୯୯୯ ଟଙ୍କା ରହିଛି। କମ୍ପାନୀ ଅଫିସିଆଲ ୱେବସାଇଟ ମୁତାବକ, Redmi Note 10 Pro Maxକୁ ଆପଣ HDFC ବ୍ଯାଙ୍କର କ୍ରେଡିଟ କାର୍ଡ ଜରିଆରେ କିଣିବା ଦ୍ବାରା ୧୫୦୦ ଟଙ୍କାର ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳୁଛି। ଏହାଛଡା ଫୋନକୁ EMI ଅପସନ ସହିତ କିଣିପାରିବେ।

ଏହି ଫୋନରେ ୧୦୮ ଏମପି କ୍ଯାମେରା ରହିଛି। ଏହାର ଜବରଦସ୍ତ କ୍ଯାମେରା ସହିତ ଶସ୍ତା ହେବ ବୋଲି ମଧ୍ୟ ରହିଛି। ଏହି ଫୋନକୁ ସାଓମୀ ୱେବସାଇଟ, ଆମାଜନ ଏବଂ ମି ହୋମ ଷ୍ଟୋର୍ସରୁ କିଣିପାରିବେ। ଏଥିରେ ୧୬ ଏମପିର in-display selfie camera ରହିଛି।

ଫୋନରେ Dual Stereo Speakers ଦିଆଯାଇଛି। ଏବେ ଭିଡିଓ ଦେଖିବା ସମୟରେ ଶାନଦାର ସାଉଣ୍ଡ କ୍ବାଲିଟି ମିଳିବ। ଫୋନରେ ୫୦୨୦ mAh ବ୍ଯାଟେରୀ ରହିଛି। ଏହା ସହିତ ଫୋନରେ ଫାଷ୍ଟ ଚାର୍ଜିଂ ସିଷ୍ଟମ ଅପସନ ମଧ୍ୟ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.