ୱେଷ୍ଟଇଣ୍ଡିଜ ଷ୍ଟାର ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ମୁଣ୍ଡରେ ବାଜିଲା ବଲ୍, ଷ୍ଟ୍ରେଚରରେ ନିଆଗଲା ହସପିଟାଲ

ବିଶ୍ବ କ୍ରିକେଟର ଷ୍ଟାର ହିଟର ଖେଳାଳି ତଥା ଓ୍ବେଷ୍ଟଇଣ୍ଡିଜର ଷ୍ଟାର ଅଲରାଉଣ୍ଡର ଆନ୍ଦ୍ରେ ରସେଲ ଆହତ। ପାକିସ୍ତାନ ସୁପର ଲିଗ୍‌ ଖେଳୁଥିବା ସମୟରେ ରସେଲ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ଶୁକ୍ରବାର ଦିନ କ୍ବେଟା ଗ୍ଲେଡିଏଟର୍ସ ପକ୍ଷରୁ ଖେଳୁଥିବା ରସେଲ ଇସଲାମାବାଦ ୟୁନାଇଟେଡ ଟିମର ବୋଲର ମହମ୍ମଦ ମୁଷାଙ୍କ ଏକ ବଲରେ ଆହତ ହୋଇଛନ୍ତି। ରସେଲଙ୍କ ମୁଣ୍ଡରେ ବଲ ବାଜିଥିବା ସୂଚନା ମିଳିଛି।

ଶୁକ୍ରବାର କ୍ବେଟା ଗ୍ଲେଡିଏଟର୍ସ ଓ ଇସଲାମାବାଦ ୟୁନାଇଟେଡ ମଧ୍ୟରେ ଖେଳାଯାଇଥିଲା ମ୍ୟାଚ୍। ପ୍ରଥମ ଇନିଂସର ୧୪ ତମ ଓଭରରେ ମହମ୍ମଦ ମୁଷାଙ୍କୁ ଲଗାତାର ୨ଟି ଛକା ମାରିଥିଲେ ରସେଲ। ପରେ ମୁଷା ପରବର୍ତ୍ତୀ ବଲ ଧିମା ପକାଇଥିଲେ। ଯାହା ରସେଲ ବୁଝି ପାରିନଥିଲେ। ସିଧା ବଲ ତାଙ୍କ ହେଲମେଟରେ ଲାଗିଥିଲା। ଏହା ପରେ ଦଳର ଫିଜିଓ ରସେଲଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ। ଏହା ପରେ ସେ ବ୍ୟାଟିଂ ଜାରି ରଖିଥିଲେ ସୁଦ୍ଧା ପରବର୍ତ୍ତୀ ଓଭରେ ହିଁ ଥାର୍ଡ୍‌ ମ୍ୟାନ ଉପରେ କ୍ୟାଚ ଆଉଟ ହୋଇଥିଲେ। ମାତ୍ର ୬ଟି ବଲ ଖେଳି ୧୩ ରନ କରି ଆଉଟ ହୋଇଥିଲେ ରସେଲ। କିନ୍ତୁ ଫିଲଡିଂ କରିବାକୁ ପଡିଆକୁ ଆସିନଥିଲେ ରସେଲ। ଏପରିକି କିଛି ସମୟ ପରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ରସେଲଙ୍କୁ ଷ୍ଟ୍ରେଚରରେ ଡ୍ରେସିଂ ରୁମରୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.