Below header

ୟୁରୋ କପ୍‌ ମ୍ୟାଚ୍‌ ବେଳେ ପଡ଼ିଆରେ ଅଘଟଣ, ଚେତା ହରାଇ ଖସିପଡିଲେ ଡେନମାର୍କର ଲୋକପ୍ରିୟ ଖେଳାଳି କ୍ରିଷ୍ଟିୟାନ ଏରିକସନ୍‌

ଆରମ୍ଭ ହୋଇଛି ୟୁରୋ କପ୍‌ । ପଡିଆରେ ଅଚାନକ ଖସିପଡିଲେ ଖେଳାଳି । ପଡିଆରେ ଚେତା ହରାଇ ଖସିପଡିଲେ ଡେନମାର୍କର ଲୋକପ୍ରିୟ ଖେଳାଳି କ୍ରିଷ୍ଟିୟାନ ଏରିକସନ୍‌ । ଏଭଳି ଦୃଶ୍ୟ ଦେଖି ସ୍ତମ୍ଭୀଭୂତ ହୋଇଗଲେ ଦର୍ଶକ । ପାର୍କିନ ଷ୍ଟାଡିୟମରେ ଡେନମାର୍କ-ଫିନଲ୍ୟାଣ୍ଡ ମଧ୍ୟରେ ଚାଲିଥିଲା ମ୍ୟାଚ୍‌ । ପ୍ରଥମ ହାଫ୍‌ ଖେଳ ଶେଷ ହେବାର ଠିକ ପୂର୍ବରୁ ଏରିକ୍ସ ପଡିଆରେ ଅଚାନକ ଅଚେତ ହୋଇ ପଡି ଯାଇଥିଲେ ।

ସେ ପଡିଯିବା ପରେ ତୁରନ୍ତ ଉଭୟ ଟିମର ଖେଳାଳି ଓ ଫିଲଡ ରେଫରୀ ଖେଳ ଅଟକାଇଦେଇଥିଲେ । ପଡିଆରେ ଆରମ୍ଭ ହୋଇଯାଇଥିଲା ଚିକିତ୍ସା । ଏହି ସମୟରେ ଖେଳାଳିମାନେ ଗୋପନୀୟତା ଦେବା ପାଇଁ ତାଙ୍କୁ ଘେରି ଯାଇଥିଲେ । ପରେ ଷ୍ଟ୍ରେଚର ମାଧ୍ୟମରେ ହସପିଟାଲ ନିଆଯାଇଥିଲା । ଏରିକ୍ସନ ପଡିଆରେ ଖସିପଡିବା ପରେ ଅନ୍ୟ ଖେଳାଳି ଓ ଦର୍ଶକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପୂରା ଷ୍ଟାଡିୟମ ଶାନ୍ତ ପଡି ଯାଇଥିଲା । କିଛି ପ୍ରଶଂସକଙ୍କ ଆଖିରେ ଲୁହ ବାହାରି ଆସିଥିଲା । ଡେନମାର୍କ ଖେଳାଳି କାନ୍ଦି ପକାଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.