ଖୋର୍ଦ୍ଧା: କରୋନା କଟକଣା ପାଇଁ ଭୂଷଣ୍ଢପୁର ମୂଳିଝର ଉଗ୍ରତାର ଶକ୍ତିପୀଠରେ ଲାଗିଲା ୧୪୪ ଧାରା, ସେବାୟତଙ୍କୁ ସହାୟତା ପାଇଁ ଦାବି

ଟାଙ୍ଗୀ(କେନ୍ୟୁଜ୍):  ପ୍ରତିବର୍ଷ ମା ଉଗ୍ରତାରା ପୀଠରେ ରଜ ଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଥାଏ । ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଭକ୍ତ ଏହି ସମୟରେ ଏଠାକୁ ଆସି ମାଙ୍କୁ ଦର୍ଶନ କରିବା ସହ ରଜ ଯାତ୍ରାକୁ ମନଭରି ଉପଭୋଗ କରନ୍ତି । ଏହି ସମୟରେ ଶହ ଶହ ଭଳିକି ଭଳି ଦୋକାନ ବଜାରଠାରୁ ଆରମ୍ଭ କରି ମିନାବଜାର ,ରାମଦୋଳି ପର୍ଯ୍ୟନ୍ତ ଆସେ । ଯାହା ଫଳରେ କିଣା ବିକା ମଧ୍ୟ ବ୍ୟାପକ ହୁଏ । କିନ୍ତୁ କରନା ପାଇଁ ପ୍ରଶାସନ ପକ୍ଷରୁ ଏବର୍ଷ ଶକ୍ତିପୀଠରେ ୧୪୪ଧାରା ଜାରି କରାଯାଇଛି।

 ମାଆଙ୍କ ପୀଠରେ ରଜ ଯାତ୍ରା ଏକ ପ୍ରସିଦ୍ଧ ଯାତ୍ରା । ଏହି ସମୟରେ ଏଠାରେ ହଜାର ହଜାର ଲୋକଙ୍କୁ ସମାଗମ ହୋଇଥାଏ । କିନ୍ତୁ ଏଥର ଜନଶୂନ୍ୟ । କିନ୍ତୁ ଆମେ ସରକାରଙ୍କ ନୀତି ନିୟମକୁ ସମ୍ପୂର୍ଣ୍ଣ ସହଯୋଗ କରୁଛୁ । କିନ୍ତୁ  ଆମେ ମାଙ୍କ ନୀତିକାନ୍ତି ଅସୁବିଧା କରିନୁ କିନ୍ତୁ ଆମ କଥା କିନ୍ତୁ ସରକାର ଭୁଲିଗଲେ । ବିନା ଭକ୍ତରେ ଆମ ରୋଜଗାର ସମ୍ପୂର୍ଣ୍ଣ ଠପ । ଏଣୁ ଆମ ମାନଙ୍କ କଥା ଟିକେ ସରକାର ଗୁରୁତ୍ୱ ଦେବା ପାଇଁ ଅନୁରୋଧ କରିଛନ୍ତି ମନ୍ଦିରର ପୂଜକ।

 କୋଭିଡ଼ ପାଇଁ ଏବେ ସବୁ ମନ୍ଦିର ବନ୍ଦ ଅଛି । କିନ୍ତୁ ମା ଉଗ୍ରତାରଙ୍କ ପୀଠରେ ରଜ ଯାତ୍ରା ଏକ ପ୍ରସିଦ୍ଧ ଯାତ୍ରା । ଏଠାରେ ଏହି ସମୟରେ ଶହ ଶହ ଦୋକାନ ବଜାର ଆସେ । ଏଣୁ ଜନସମାଗମକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ଚତୁଃପାର୍ଶ୍ଵକୁ   ଆସନ୍ତା ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ଏଣୁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ । ପ୍ରଶାସନକୁ ସହଯୋଗ କରିବା ସହ ନିଜେ ସୁରକ୍ଷିତ ରହିବା ସହିତ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ବୋଲି ସ୍ଥାନୀତ ଅତିରିକ୍ତ ତହସିଲଦାର ଶରତ କୁମାର ଦେହୁରୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.