Below header

୮୫କିମି ମାଇଲେଜ୍ ଦେଉଥିବା ତିନୋଟି ସ୍କୁଟର ଏକାଥରେ ଲଞ୍ଚ କଲା Techo Electra, ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ

ପୁଣେର ଷ୍ଟାଟ୍ ଅପ୍ କମ୍ପାନୀ Techo Electra ଭାରତରେ ନିଜର ତିନୋଟି ନୂଆ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିଛି । କମ୍ପାନୀ Neo,Raptor ଏବଂ Emerge ନାମରେ ତିନୋଟି ମଡେଲ ମାର୍କେଟକୁ ଆଣିଛି। ଆସନ୍ତୁ ଜାଣିବା କଣ ସବୁ ସୁବିଧା ରହିଛି ଏହି ତିନୋଟି ସ୍କୁଟରରେ ଏବଂ କେତେ ରହିଛି ଏହାର ମୂଲ୍ୟ ? Techo Electraର ଏହି ତିନୋଟି ସ୍କୁଟରର ମୂଲ୍ୟ ୪୩,୯୬୭ରୁ ଆରମ୍ଭ ହୋଇଛି ।

ଆସନ୍ତୁ ଗୋଟେ ନଜର ପକାଇବା ଟେକ୍ନୋର ସବୁ ମଡେଲର ମୂଲ୍ୟ ଉପରେ:

• Techo Electra Neo: ୪୩,୯୬୭ ଟଙ୍କା
• Techo Electra Raptor: ୬୦,୭୭୧ ଟଙ୍କା
• Techo Electra Emerge: ୭୨,୨୪୭ ଟଙ୍କା

emerge

ଏହାସହ ପଢନ୍ତୁ: ୧୫୬ କିଲୋମଟର ମାଇଲେଜ ଦେଉଥିବା ବାଇକ ଅଗଷ୍ଟ ୭ରେ ହେବାକୁ ଯାଉଛି ଲଞ୍ଚ

Techo Electraର ଏହି ତିନୋଟି ଇଲେକ୍ଟ୍ରିକ୍ ସ୍କୁଟରରେ Neo ଏଣ୍ଟ୍ରି ଲେବଲ ସ୍କୁଟର ରହିଛି କିନ୍ତୁ Raptor ଏହାଠାରୁ ଉପର ମଡେଲ ହୋଇଥିବାବେଳେ Emerge କମ୍ପାନୀର ପ୍ଳେଗସିପ ମଡେଲ ଅଟେ । କମ୍ପାନୀ ଏହି ତିନୋଟି ସ୍କୁଟରରେ ହବ-ମାଉନଟେଡ୍ BLDC ମୋଟରର ବ୍ୟବହାର କରିଛି ଯାହାକି ୨୫୦ ୱାଟ ରହିଛି । କମ୍ପାନୀ Emerge ସ୍କୁଟରରେ ଲିଥିୟମ୍-ଆୟନ୍ ବ୍ୟାଟେରୀର ବ୍ୟବହାର କରିଛି ଅନ୍ଯପଟେ Neo ଏବଂ Raptorରେ ଲିଡ ଏସିଡର ବ୍ୟବହାର କରିଛି ।

neoNeoକୁ ଫୁଲ୍ ଚାର୍ଜ କରିବାକୁ ୫ ରୁ ୭ ଘଣ୍ଟା ସମୟ ଲାଗୁଥିବାବେଳେ raptorକୁ ଫୁଲ୍ ଚାର୍ଜ ହେବା ପାଇଁ ଠିକ୍ ସମାନ ଭାବେ ୫ ରୁ ୭ ଘଣ୍ଟା ସମୟ ଲାଗୁଛି । ସେହିପରି ଭାବେ Emergeକୁ ଫୁଲ୍ ଚାର୍ଜ କରିବାରେ ୪ ରୁ ୫ ଘଣ୍ଟା ସମୟ ଲାଗୁଛି । ଅନ୍ୟପଟେ ମାଇଲେଜ୍ କଥା କହିଲେ Neo ଫୁଲ୍ ଚାର୍ଜରେ ୬୦-୬୫ କିମି, Raptor ୭୦-୮୫ କିମି ଏବଂEmerge ୮୦କିମି ଯାଉଛି ।

raptorTecho Electra ର ଏହି ତିନୋଟି ସ୍କୁଟରର ଡିଜାଇନ୍ ମଡର୍ଣ୍ଣ ଷ୍ଟାଇଲର ହୋଇଛି। ଏଥିରେ ଏଲଇଡି ହେଡଲାଇଟସ୍,ୟୁଏସବି ଚାର୍ଜିଙ୍ଗ ଏବଂ ସେଣ୍ଟ୍ରାଲ ଲକିଙ୍ଗ ପରି ଫିଚର ରହିଛି । ଏହାବ୍ୟତିତ ଫ୍ରଣ୍ଟ ଡିସ୍ ବ୍ରେକ୍, ରିଭର୍ସିଙ୍ଗ ଫଙ୍କସନ୍ ଡିଜିଟାଲ ଏଲସିଡି ଇଂଷ୍ଟ୍ରୁମେଣ୍ଟ କଂସୋଲ ପରି ଫିଚର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.