ମଣିଷ ପରି ଦେଖାଯାଉଛି ବୁଢିଆଣୀ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

କଣ ଆପଣ କେବେ ମଣିଷ ଭଳି ଦେଖାଯାଉଥିବା ବୁଢିଆଣୀ ଦେଖିଛନ୍ତି। ନାହିଁ ନା, କିନ୍ତୁ ଚୀନ୍ ରେ ଏଭଳି ଏକ ବୁଢିଆଣୀ ଦେଖାଯାଇଛି, ଯାହାର ଚେହୋରା ଦେଖିବାକୁ ବିଲକୁଲ୍ ମଣିଷ ଭଳି। ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ଥିବା ଏହି ବିଚିତ୍ର ବୁଢିଆଣୀର ଭିଡିଓ ଭାଇରାଲ ହେବାରେ ଲାଗିଛି। ଅନେକ ଲୋକମାନେ ମଧ୍ୟ ଏହି ଭିଡିଓ ଦେଖି ଭୟଭୀତ ହେଉଛନ୍ତି। ଚିନୀର ୱେବସାଇଡ ପିପଲ୍ସ ଡେଲୀ ଏହି ଭିଡିଓକୁ ନିଜର ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି।

ଏହାସହ ପଢନ୍ତୁ: ପାଠ ଇଞ୍ଜିନିୟରିଂ, ପେସା ଡ୍ରାଇଭିଂ . . ଭେଟନ୍ତୁ ସମାଜର ରୁଢିବାଦୀ ଚିନ୍ତାଧାରାକୁ ଭାଙ୍ଗିଥିବା ମୁମ୍ବାଇର ପ୍ରଥମ…

ସୂଚନା ଅନୁଯାୟୀ ମଣିଷ ଭଳି ଦେଖାଯାଉଥିବା ଏହି ବୁଢିଆଣୀ ଚୀନ୍ ର ଜଣେ ସ୍ଥାନୀୟ ଲୋକଙ୍କ ଘରୁ ମିଳିଛି। ଏହି ବିଚିତ୍ର ଜିବକୁ ନେଇ ଲି ନାମକ ଜଣେ ମହିଳା କହିଛନ୍ତି, ଏହି ବୁଢିଆଣୀ ପିଠିରେ ଥିବା କଳା ରଙ୍ଗର ରେଖା ବିଲକୁଲ୍ ମଣିଷର କେଶ ଭଳି ଦେଖାଯାଉଛି। ସବୁଜ ରଙ୍ଗର ଦେଖାଯାଉଥିବା ଏହି ବୁଢିଆଣୀକୁ ଲୋକମାନେ ବାହାର ଦୁନିଆର ଜିବ ବୋଲି କହିଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ଏହି ବୁଢିଆଣୀକୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.