ଆପଣ ସିଗାରେଟ ଟାଣି ଫିଙ୍ଗି ଦେଉଛନ୍ତି କି ? ଏପରି କରିବା ଦ୍ୱାରା କୁପୋଷିତ ହୁଏ ଗଛ

ସିଗାରେଟକୁ ଟାଣିବା ପାଇଁ ଏହାର ଶେଷରେ ଫିଲଟର ଲଗାଯାଇଥାଏ। ଜଣେ ଲୋକ ଏହାକୁ ଟାଣିବା ପରେ ଫିଙ୍ଗି ଦେଇଥାନ୍ତି । ଯାହା ମାଟିରେ ଆପେ ଆପେ ମିଶିଯାଇଥାଏ । କିନ୍ତୁ ଅଧିକ ଲୋକ ଜାଣିନଥାନ୍ତି କି , ଫୋପାଡିଥିବା ସିଗାରେଟର ଫିଲଟର ଗଛ ଏବଂ ପରିବେଶ ଉପରେ ପ୍ରଭାବ ପକେଇଥାଏ । ୟୁକେ ସ୍ଥିତ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ , ଏପରି କରିବା ଦ୍ୱାରା ଗଛ ଚାରା ଉପରେ ଖରାପ ପ୍ରଭାବ ପଡିଥାଏ । ଏହା ମାଟିରେ ମିଶିବା ଫଳରେ ମାଟିର ଗୁଣବତ୍ତା ବଢାଉଥିବା ଜୀବାଣୁ ଏବଂ କୀଟାଣୁଙ୍କ ଦ୍ୱାରା ହେଉଥିବା ପ୍ରକ୍ରିୟାରେ ହାନି ଘଟେ । ଯାହା ଫଳରେ ଗଛ ବଢିବାର ପ୍ରକ୍ରିୟା ରେ ୨୭-୨୮ ପ୍ରତିଶତ କମ୍ ହୋଇଥାଏ । କେବଳ ସେତିକି ନୁହେଁ ଗଛର ଚେର ବୃଦ୍ଧି ହେବାର ଓ଼ଜ଼ନ ମଧ୍ୟ ୫୭ ପ୍ରତିଶତ କମିଯାଏ ଏବଂ ଘାସ ତୁଳନାରେ ଗଛର ଅଙ୍କୁରଣ ବିକାଶରେ ୧୦ ପ୍ରତିଶତ ଅବରଧ ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.