Below header

ୱାଟସଆପ୍, ଫେସବୁକ ମେସେଞ୍ଜରକୁ ଟକ୍କର ଦେଉଛି ଟେଲିଗ୍ରାମ, ଜାଣନ୍ତୁ କିପରି

ଆଜିକାଲି ଯୁବପିଢିଙ୍କ ପ୍ରଥମ ପସନ୍ଦ ସାଜିଛି ସୋସିଆଲ ମିଡିଆ। ତାହା ଫେସବୁକ ମେସେଞ୍ଜର ହେଉ କିମ୍ବା ୱାଟସଆପ୍। କିନ୍ତୁ ଏହିସବୁ ସୋସିଆଲ ସାଇଟ ଡାଉନ ହେବା ପରେ ବ୍ୟବହାରକାରୀ ଏବେ ଟେଲିଗ୍ରାମର ସାହାରା ନେଉଛନ୍ତି। ଭାରତରେ ଫେସବୁକ ମେସେଞ୍ଜର ଏବଂ ୱାଟସଆପ୍ ବହୁଳମାତ୍ରାରେ ବ୍ୟବହାର ହେଉଛି। କିନ୍ତୁ ଏବେ ଏହାକୁ ଟକ୍କର ଦେବା ପାଇଁ ଆସିଯାଇଛି ଟେଲିଗ୍ରାମ। ଟେଲିଗ୍ରାମ ୱାଟସଆପ୍ ପରି ମେସେଞ୍ଜର ଆପ୍, ଯାହା ଆଣ୍ଡ୍ରଏଡ୍, ଆଇଓଏସ, ୱିଣ୍ଡୋ ଫୋନ, ୱିଣ୍ଡୋଜ ଏବଂ ମେକଓଏସ୍ ଭଳି ସ୍ମାର୍ଟଫୋନରେ ଉପଲବ୍ଧ। ସବୁଠାରୁ ଖାସ୍ କଥା ହେଲା, ଟେଲିଗ୍ରାମରେ ‘ଆଣ୍ଡ-ଟୁ-ଏଣ୍ଟ’ ଚାଟର ଏନକ୍ରିପ୍ସନର ସୁବିଧା ମଧ୍ୟ ରହିଛି, ଏହାଦ୍ବାରା ଆପଣଙ୍କ ଦ୍ବାରା ପଠାଯାଇଥିବା ମେସେକୁ ଅନ୍ୟ ତୃତୀୟ ବ୍ୟକ୍ତି ପଢିପାରିବେ ନାହିଁ।

telegram user

କିପରି ଖୋଲିବେ ଟେଲିଗ୍ରାମ ଆକାଉଣ୍ଟ ?

-ପ୍ରଥମେ ମୋବାଇଲ ଆପ୍ ଷ୍ଟୋରକୁ ଯାଇ ଟେଲିଗ୍ରାମକୁ ଇନଷ୍ଟଲ କରନ୍ତୁ।
– ଏହାକୁ ଇନଷ୍ଟଲ କରିବା ପରେ ଷ୍ଟାଟ ମେସେଜିଂ ଉପରେ କ୍ଲିକ କରନ୍ତୁ।
-ଏହା ପରେ ଦେଶ ଇଣ୍ଡିଆକୁ ସିଲେକ୍ଟ କରି ନିଜର ମୋବାଇଲ ନମ୍ବର ଦିଅନ୍ତୁ ଏବଂ (✔) ଚିହ୍ନରେ କ୍ଲିକ୍ କରନ୍ତୁ।
-ଏବେ ଆପଣ ଦେଇଥିବା ମୋବାଇଲ ନମ୍ବରରେ ଏକ ମେସେଜ ଆସିବ ଯେଉଁଥିରେ ଏକ କୋର୍ଡ ଲେଖାହୋଇଥାଏ।
-ଏବେ ଏହି କୋର୍ଡକୁ ଲେଖି ଡନ୍ ଲେଖା ହୋଇଥିବା ଉପରେ କ୍ଲିକ କରନ୍ତୁ।
– ଏହାପରେ ନିଜର ସଂପୂର୍ଣ୍ଣ ନାମ ଲେଖିବା ପରେ ଡନ ଉପରେ କ୍ଲିକ କରନ୍ତୁ।
-ଏବେ ଆପଣଙ୍କ ଟେଲିଗ୍ରାମ ଆକାଉଣ୍ଟ ବ୍ୟବହାର ଉପଯୋଗୀ।
ଗତ କିଛିଦିନରୁ ଟେଲିଗ୍ରାମର ବ୍ୟବହାରଙ୍କ ସଂଖ୍ୟା ବଢିବାରେ ଲାଗିଛି। ମାର୍ଚ୍ଚରେ ଟେଲିଗ୍ରାମ ପକ୍ଷରୁ କୁହାଯାଇଥିଲା, ୨୪ ଘଣ୍ଟା ମଧ୍ୟରେ ଏହାର ୩୦ ଲକ୍ଷ ବ୍ୟବହାରକାରୀ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.