ଫୋନର ବ୍ୟାଟେରୀ ଜଲଦି ହେବ ନାହିଁ ଶେଷ, କେବଳ ଆପଣେଇବାକୁ ହେବ ଏହି ସହଜ ଟିପ୍ସ

ସ୍ମାର୍ଟଫୋନର ସବୁଠାରୁ ଜରୁରି ଅଂଶ ହେଉଛି ବ୍ୟାଟେରୀ, କାରଣ ବ୍ୟାଟେରୀ ଡିସଚାର୍ଜ ହେବାପରେ ଫୋନରେ କିଛି ବି କରିବା ସମ୍ବବ ହୋଇନଥାଏ। ଅବଶ୍ୟ ଏବେ ଲିଥିୟମ ଆୟନ ବ୍ୟାଟେରୀ ଆସିବା ପରେ ଏହା ଅଧିକ ସମୟ ପର୍ଯ୍ୟନ୍ତ ଚାଲିଥାଏ କିନ୍ତୁ ଆପଣ ଯଦି ସାମାନ୍ୟ କଥା ଉପରେ ଧ୍ୟାନ ରଖିବେ ତେବେ ବ୍ୟାଟେରୀକୁ ଅଧିକ ସମୟ ବ୍ୟବହାର କରିପାରିବେ।

ସଫ୍ଟେଓ୍ଵୟାର ରଖନ୍ତୁ ଅପଡେଟ୍‌

ଆପଣ ନିଜର ଡିଭାଇସ୍‌ ସଫ୍ଟଓ୍ଵୟାର ଅପଡେଟ ରଖିବା, ଆଡପଟିଭ ବ୍ରାଇଟନେସ ଏବଂ ଆଡପଟିଭ ବ୍ୟାଟେରୀ ଭଳି ଫିଚର ଅନ୍‌ ରଖିବା ବ୍ୟାଟେରୀ ଲାଇଫ୍‌ ବଢ଼ିଯାଇଥାଏ। ସଫ୍ଟେଓ୍ଵୟାରକୁ ଅପଡେଟ ରଖିବା ଦ୍ୱାରା ଆପ୍‌ ବ୍ୟାଟେରୀକୁ ଅଧିକ କନଜ୍ୟୁମ୍‌ କରିନଥାଏ। ଏହାସହିତ ଆଡପଟିଭ ବ୍ରାଇଟନେସ୍‌ ରଖିବା ଦ୍ୱାରା ରଶ୍ମୀ ହିସାବରେ ଫୋନର ବ୍ରାଇଟନେସ ଆପେ ଆପେ ଆଡଜଷ୍ଟ ହୋଇଯାଇଥାଏ।

charging phoneସର୍ଟ ଡ୍ୟୁରେସନରେ କରନ୍ତୁ ଚାର୍ଜ

ଆଜିକାଲି ଅଧିକାଂଶ ଫୋନରେ ଲିଥିୟମ-ଆୟନ ବ୍ୟାଟେରୀ ରହୁଛି ଯାହା ସର୍ଟ ଚାର୍ଜିଂ ପାଇଁ ବହୁତ ଭଲ। ଏଥିପାଇଁ ଫୋନକୁ ଚାର୍ଜ କରିବା ପାଇଁ ପୂରା ଲୋ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ। କାରଣ ଏହାଦ୍ୱାରା ବ୍ୟାଟେରୀର ବୈଧତା କମ୍‌ ହୋଇଯାଇଥାଏ। ଏଥିପାଇଁ ଆପଣ ସବୁବେଳେ ଧ୍ୟାନ ରଖିବେ ଯେପରି ବ୍ୟାଟେରୀକୁ ୫୦ରୁ୮୦ ପ୍ରତିଶତ ମଧ୍ୟରେ ରଖିବା। ଏହାସହିତ କେବେବି ବ୍ୟାଟେରୀକୁ ୨୦ ପ୍ରତିଶତ ତଳକୁ ହେବାକୁ ଦିଅନ୍ତୁ ନାହିଁ।

ଏହାସହ ପଢନ୍ତୁ : ୟୁଟ୍ୟୁବରେ ଦେଖିବା ବେଳେ ଅଟକି ଯାଉଛି କି ଭିଡିଓ, ଯଦି ସ୍ଲୋ ଚାଲୁଛି ତେବେ ଏହି ଟ୍ରିକ୍‌ ଆପଣଙ୍କୁ ନିଶ୍ଚୟ କରିବ…

ଷ୍ଟାଣ୍ଡାର୍ଡ ଚାର୍ଜର କରନ୍ତୁ ପ୍ରୟୋଗ

ସ୍ମାର୍ଟଫୋନ ପାଇଁ ବହୁତ ଭଲ ଓ୍ଵୟାରଲେସ୍‌ ଚାର୍ଜିଂ ଟେକ୍ନୋଲୋଜି ବା ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜୀ ବଦଳରେ ଷ୍ଟାଣ୍ଡାର୍ଡ ଚାର୍ଜରେ ଚାର୍ଜ କରନ୍ତୁ। ଏମିତି ନୁହେଁ ଯେ ଫାଷ୍ଟ ଚାର୍ଜିଂ ଖରାପ ହୋଇଥାଏ କିନ୍ତୁ ଲିଥିୟମ ଆୟନ ବ୍ୟାଟେରୀକୁ ଧୀରେ ଧୀରେ ଚାର୍ଜ କରିବା ବହୁତ ଭଲ ହୋଇଥାଏ।

ବ୍ୟାଟେରୀକୁ ଅଧିକ ଗରମ ହେବାକୁ ଦିଅନ୍ତୁ ନାହିଁ

ଧ୍ୟାନ ରଖିବେ ଯେପରି ନିଜ ଡିଭାଇସକୁ ଏପରି ସ୍ଥାନରେ ରଖିବେ ଯେଉଁଠି ତାହାର ତାପମାନ ଅଧିକ ହେଉନଥିବ।କାରଣ ଏହା ବ୍ୟାଟେରୀରେ ପ୍ରଭାବ ପକାଇଥାଏ। ଏହାଛଡା ଅଧିକ ଗରମ ହେବା ଦ୍ୱାରା ବ୍ୟାଟେରୀର ବୈଧତା କମ୍‌ ହୋଇଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.