Below header

ପେଟିଏମରେ ମିଳିବ ଅପକମିଙ୍ଗ୍‌ ଫିଲ୍ମର ପୂରା ଡିଟେଲ୍ସ, ଏପରି କରନ୍ତୁ ସେଟିଙ୍ଗ୍‌ ଏବଂ ଶସ୍ତାରେ ପାଆନ୍ତୁ ଟିକେଟ

ଟଙ୍କା ଟ୍ରାନ୍ସଫର କରିବା ଫିଚର ବ୍ୟତୀତ ମଧ୍ୟ ପେମେଣ୍ଟ ଆପ୍‌ ପେଟିଏମ୍‌ ବହୁତ ପ୍ରକାର ଫିଚର୍ସ ଅଫର କରିଥାଏ। ଆପ୍‌ ସମୟ ସମୟରେ ୟୁଜର୍ସଙ୍କୁ ଟିକେଟ, ୟୁଟିଲିଟୀ ବିଲ୍ସ ଏବଂ ଗ୍ରସରୀ ବିଲ୍ସକୁ ପେ କରିବା ପାଇଁ ଆଲର୍ଟ ପଠାଇଥାଏ। ଏହାସହିତ ଆପଣଙ୍କୁ ପେଟିଏମ୍‌ ଆପ୍‌ ଅପକମିଙ୍ଗ୍‌ ମୁଭିଜ୍‌ ପାଇଁ ମଧ୍ୟ ରେଗୁଲାର ଅପଡେଟ ଦେଇଥାଏ। ଯଦି ଆପଣ ମଧ୍ୟ ଏହି ଆଲର୍ଟକୁ ସେଟ୍‌ କରିବାକୁ ଚାହୁଁଛନ୍ତି ତାହେଲେ ଏହାର ତରିକା ଆମେ ଆପଣଙ୍କୁ କହିବାକୁ ଯାଉଛୁ।

କମ୍ପାନୀର ଏହି ଲାଟେଷ୍ଟ ଫିଚର୍ସ ଠାରୁ ୟୁଜର୍ସ ଅପକମିଙ୍ଗ ମୁଭିଜ୍‌ ପାଇଁ ଆଲର୍ଟ ସେଟ୍‌ କରିପାରିବେ। ଏହି ଫିଚର ପେଟିଏମରେ ଲାଇଭ ହେବା ପରେ ଟିକେଟ ସେଲ୍ସର ମଧ୍ୟ ସୂଚନା ଦେଇଥାଏ। ଏହାସହିତ ଏଥିରେ ଅଲଗା ଅଲଗା ଭାଷାରେ ଅପକମିଙ୍ଗ ମୁଭିଜର ଲିଷ୍ଟ ଦେଖା ବି ଯାଇପାରେ। ଏହାସହିତ ପେଟିଏମ୍‌ ମୁଭି ଟିକେଟ ସେକ୍ସନରେ ଯାଇ କେଉଁ ସହରରେ କେଉଁ ମୁଭି ଲାଗିଥାଏ, ତାକୁ ମଧ୍ୟ ଦେଖିପାରିବେ।

  • ଅପକମିଙ୍ଗ ମୁଭିଜ୍‌ ପାଇଁ ପେଟିଏମ୍‌ ୟୁଜର୍ସ ଏମିତି ସେଟ୍‌ କରିପାରିବେ ଆଲର୍ଟ
  • ସର୍ବପ୍ରଥମେ ପେଟିଏମ ଆପ୍‌ ଓପନ କରନ୍ତୁ ଏବଂ ମୁଭି ଟିକେଟସ୍‌ ଉପରେ ଟ୍ୟାପ୍‌ କରନ୍ତୁ।
  • ଏହାପରେ ଅପକମିଙ୍ଗ ମୁଭିଜ୍‌ ଉପରେ ଟ୍ୟାପ୍‌ କରନ୍ତୁ।
  • ଏହାପରେ ଲିଷ୍ଟରେ ଫେବରେଟ୍ସକୁ ସିଲେକ୍ଟ କରନ୍ତୁ ଏବଂ ସେଟ ଆଲର୍ଟ ଉପରେ ଟ୍ୟାପ୍‌ କରନ୍ତୁ।
  • ଏହାପରେ ବୁକିଙ୍ଗ ଓପନ ହେବା ପରେ ହିଁ ୟୁଜର୍ସଙ୍କୁ ନୋଟିଫିକେସନ୍‌ ମିଳିଯିବ।
  • ମ୍ୟାନେଜ୍‌ ଆଲଟ୍ସକୁ ଯାଇ ୟୁଜର୍ସ ସେଟ୍‌ କରିଥିବା ସମସ୍ତ ଆଲଟର୍ସକୁ ଦେଖି ବି ପାରିବେ।

ଆଲର୍ଟ ମିଳିବା ପରେ ଆପଣ କୌଣସି ବି ମୁଭିର ଟିକେଟକୁ ମୁଭି ଟିକେଟ୍ସ ସେକସନରେ ବୁକ୍‌ କରିପାରିବେ। ଯଦି ଆପଣଙ୍କୁ ଶସ୍ତା ଟିକେଟ୍‌ ଦରକାର, ତାହେଲେ ପ୍ରମୋ କୋଡ ଯାହା ବି ଥିବ, ତାକୁ ବ୍ୟବହାର କରିପାରିବେ। ନଚେତ ଆପଣ ମର୍ଣ୍ଣିଂ ଶୋ ନେଇପାରିବେ। ସାଧାରଣତଃ ମର୍ଣ୍ଣିଂ ଟିକେଟ୍‌ ବହୁତ ଶସ୍ତାରେ ମିଳିଥାଏ। ଏହାସହିତ ୩ଡି ମୁକାବିଲାରେ ୨ଡି ଟିକେଟର ଦାମ୍‌ କମ୍‌ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.