ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା: CHSE କଲା ଘୋଷଣା

କଟକ(କେନ୍ୟୁଜ୍): ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା । ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପାଇଁ ପରୀକ୍ଷା ହେବ । ମାର୍ଚ୍ଚ ୧ ତାରିଖରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବ । ମାର୍ଚ୍ଚ ୨ରୁ ବାଣିଜ୍ୟ ଓ କଳା ପରୀକ୍ଷା ହେବ । ଫେବୃୟାରୀ ୧ରୁ ୧୦ ମଧ୍ୟରେ ହେବ ହେବ ପ୍ରାକ୍ଟିକାଲ ପରୀକ୍ଷା । ସକାଳ ୧୦ଟାରୁ ଦିନ ୧ଟା ଯାଏ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ। କୋଭିଡ ଆଚରଣ ମାନି ପରୀକ୍ଷା ହେବ ।

ସିସିଟିଭି ସର୍ଭେଲାନ୍ସ ମାଧ୍ୟମରେ ପରୀକ୍ଷା ପରିଚାଳନା କରାଯିବ । ପ୍ରାୟ ସାଢେ ୩ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସମଟେିଭ୍‌-୨ ମାଟ୍ରିକ ପରୀକ୍ଷା ପାଇଁ ଫର୍ମଫିଲପ୍‌ ତାରିଖ ଜାନୁଆରୀ ପ୍ରଥମ ସପ୍ତାହରେ ଘୋଷଣା ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.