Below header

ଜାନୁଆରୀ ୨୦୨୧ରୁ ଭେରିଫାଇ କରିପାରିବେ ଟ୍ଵିଟର ଆକାଉଣ୍ଟ, ସୂଚନା ଜାରି କଲା କମ୍ପାନୀ

ଚଳିତ ସପ୍ତାହରେ ମାଇକ୍ରୋବ୍ଲଗିଂଗ ପ୍ଲେଟଫର୍ମ ଟ୍ଵିଟର ନିଜର ଭେରିଫିକେସନ ପଲିସି ବିଷୟରେ ଖାସ୍‌ ଘୋଷଣା କରିଛି। କମ୍ପାନୀ କହିଛି, ଜାନୁଆରୀ ୨୦୨୧ରୁ ୟୁଜର୍ସ ଭେରିଫିକେସନ୍‌ (Twitter Verification Process) ର କାମ ପୁଣି ଥରେ ଆରମ୍ଭ କରାଯିବ। କମ୍ପାନୀ ଏହି ବିଷୟରେ ନିଜ ପ୍ଲେଟଫର୍ମ ଜରିଆରେ ସୂଚନା ପ୍ରକାଶ କରିଛି । ପାଖାପାଖି ୩ ବର୍ଷ ପରେ ଟ୍ଵିଟର ଏବେ ନିଜ ପ୍ଲେଟଫର୍ମ ପାଇଁ ୟୁଜର୍ସ ଭେରିଫିକେସନ ରିକ୍ୱେଷ୍ଟ ଆକ୍ସେପ୍ଟ କରିବ ।

twitterନୂଆ ହେବ ଭେରିଫିକେସନ୍‌ ପ୍ରୋସେସ୍‌

କମ୍ପାନୀ କହିବାନୁଯାୟୀ, ‘ଭେରିଫିକେସନ୍‌ ପାଇଁ ୨୦୨୧ ରେ ନୂଆ ଆପ୍ଳିକେଶନ ପ୍ରୋସେସ୍‌ ଆରମ୍ଭ କରିବା ପାଇଁ ଉତ୍ସାହିତ। ମୋବାଇଲ୍‌ ଆପ୍‌ ଏବଂ େଓ୍ଵବପେଜ୍‌ ଜରିଆରେ ନୂଆ ଏବଂ ସେଲ୍ଫ ସର୍ଭ ଆପ୍ଲିକେସନ୍‌ ପ୍ରୋସେସ୍‌ ଆରମ୍ଭ କରାଯିବ। ଏହି ପ୍ରୋସେସ୍‌ ରେ ଆବେଦନକାରୀଙ୍କୁ ଭେରିଫାଇଡ୍‌ ଷ୍ଟଟସ୍‌ ର କ୍ୟାଟେଗରୀ ବାଛିବାକୁ ପଡିବ ଏବଂ ଲିଙ୍କ ଓ ଅନ୍ୟ ସପୋଟିଂମ୍ୟାଟେରିଆଲ ଜରିଆରେ ପ୍ରମାଣପତ୍ରକୁ ଭେରିଫାଇ କରିବାକୁ ହେବ ।

twitterଭେରିଫିକେସନ୍‌ ପ୍ରୋସେସ୍‌ କୁ ନେଇ ବହୁତ ଜଲଦି ଆଗକୁ ସୂଚନା ଦେବ କମ୍ପାନୀ

ଅଟୋମେଟେଡ୍‌ ଏବେଂ ମାନବ ପ୍ରକ୍ରିୟା, ଦୁଇଟି ଜରିଆରେ ରିଭ୍ୟୁ ପ୍ରୋସେସ୍‌ ପୁରା କରିବାକୁ ପଡିବ। ଏଥର ପ୍ରୋସେସ୍‌ ଜରିଆରେ ଲୋକମାନଙ୍କୁ ଡେମୋଗ୍ରାଫିକ୍‌ ର ସୂଚନା ସେୟାର କରିବାର ବିକଳ୍ପ ମିଳିବ। ଯାହାଦ୍ୱାରା ଭେରିଫିକେସନ୍‌ ପ୍ରୋସେସ୍‌ କୁ ପୂର୍ବରୁ ଉତ୍ତମ କରାଯାଇପାରିବ। ବହୁୀତ ଜଲଦି ଟ୍ଵିଟର ଭେରିଫିକେସନ୍‌ ଆପ୍ଲିକେସନ୍‌ ପ୍ରୋସେସ୍‌ ବିଷୟରେ ଅନେକ ସୂଚନା ସେୟାର କରାଯିବ।

twitter-header୩ ବର୍ଷ ପରେ ଆରମ୍ଭ ହେଉଛି ଭେରିଫିକେସନ୍‌ ପ୍ରୋସେସ୍‌

୨୦୧୭ ବର୍ଷରେ ଟ୍ଵିଟର ଭେରିଫିକେସନ୍‌ ପ୍ରୋସେସ୍‌ କୁ ବନ୍ଦ କରିଦେଇଥିଲା। ସୂଚନାଯୋଗ୍ୟ ଜଣେ ବ୍ୟକ୍ତିଙ୍କ ପ୍ରୋଫାଇଲ୍‌ ଭେରିଫାଇ କରିବାକୁ ନେଇ ହୋଇଥିବା ବିବାଦ ପରେ ଟ୍ଵିଟର ଭେରିଫିକେସନ୍‌ ପ୍ରୋସେସ୍‌ ବନ୍ଦ କରାଯାଇଥିଲା। ନଭେମ୍ବର ୨୦୨୦ରୁ ହିଁ ଟ୍ଵିଟର ୟୁଜର୍ସଙ୍କୁ ଭେରିଫିକେସନ୍‌ ପ୍ରୋସେସ୍‌ କୁ ନେଇ ମତାମତା ଦାବି କରିଥିଲା। ଏହାପରେ ଉକ୍ତ ବିଷୟରେ ପବ୍ଲିକ୍‌ ଫିଡବ୍ୟାକ୍‌ ସର୍ଭେ ଜରିଆରେ ୨୨,୦୦୦ରୁ ଅଧିକ ଲୋକଙ୍କ ପ୍ରତିକ୍ରିୟା ମିଳିଥିଲା। ଏନେଇ ଟ୍ଵିଟର କେଉଁ ବର୍ଗର ଲୋକଙ୍କୁ ମୂଲ୍ୟାଙ୍କନ କରିବ ସେ ନେଇ ସୂଚନା ଦେଇଛି। ଏଥିରେ ସରକାରୀ ଅଧିକାରୀ, ସାମ୍ବାଦିକ, ବ୍ରାଣ୍ଡସ୍‌, କାର୍ଯ୍ୟକର୍ତ୍ତା ରହିବେ। ଏଥିସହ ସମ୍ଭବତଃ ଧର୍ମଗୁରୁ ଏବଂ ଏକାଡେମିକ୍‌ କ୍ଷେତ୍ରର ଲୋକମାନଙ୍କୁ ସାମିଲ୍‌ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.