Below header

Whatsapp group ରେ ମେସେଜର ସିକ୍ରେଟ ରିପ୍ଲାଏ କରିବା ବହୁତ ସହଜ, ଯାହାକୁ ମେସେଜ କରିବେ କେବଳ ସେହି ପଢ଼ିପାରିବେ

ହ୍ବାଟସଆପ୍ ସମସ୍ତଙ୍କ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ପାଲଟିଗଲାଣି। ପର୍ସନାଲ ଠାରୁ ଆରମ୍ଭ କରି ପ୍ରଫେସନାଲ ମେସେଜ ପର୍ଯ୍ଯନ୍ତ ସବୁ ହ୍ବାଟସଆପ୍ ରେ ହେଉଛି। ଏମିତିରେ ଆପଣଙ୍କର ଅନେକ ହ୍ବାଟସଆପ୍ ଗ୍ରୁପ ରହିଥିବ। ଏମିତି ନୁହେଁ କି, ଗ୍ରୁପରେ ଥିବା ସମସ୍ତ ଲୋକଙ୍କ ଫୋନ ନମ୍ବର ଆପଣଙ୍କ ପାଖରେ ଥିବା ସେମିତି କିଛି ଜରୁରୀ ନୁହେଁ। ତେବେ ଆପଣ ଗ୍ରୁପରେ ଯେଉଁ ଲୋକଙ୍କୁ ମେସେଜ କରୁଛନ୍ତି, ତାଙ୍କ ଛଡା ଆଉ ସମସ୍ତେ ମଧ୍ୟ ସେହି ମେସେଜ ପଢୁଛନ୍ତି। କିନ୍ତୁ ଏମିତି କିଛି ଟ୍ରିକ୍ସ ଅଛି, ଯାହାକୁ ଆପ୍ଲାଏ କରି ଆପଣ ଗ୍ରୁପରେ ଯାହାକୁ ମେସେଜ କରିବେ, ସେହି ହିଁ କେବଳ ପଢିପାରିବେ କିନ୍ତୁ ଅନ୍ଯମାନେ ଏହାକୁ ପଢିପାରିବେ ନାହିଁ। ଆସନ୍ତୁ ଜାଣିବା କେମିତି…

ହ୍ବାଟସଆପ୍ ଗ୍ରୁପର ଆଡମିନ କୌଣସି ବ୍ଯକ୍ତିଙ୍କୁ ଗ୍ରୁପରେ ଯୋଡି ପାରିବେ। ଗୋଟେ ଗ୍ରୁପରେ ଅତିକମ୍ ରେ ୧୫୦ରୁ ୨୦୦ ଲୋକ ରହିପାରିବେ। ଅନେକ ଥର ହ୍ବାଟସଆପ ଗ୍ରୁପରେ ଏମିତି କିଛି ବିଷୟରେ ଉପରେ କଥାବାର୍ତ୍ତା ଚାଲିଥାଏ, ଯାହାକୁ ପବ୍ଲିକ ଭାବେ ରିପ୍ଲାଏ କରିବା ସମ୍ଭବ ନୁହେଁ। ତେବେ ଆପଣ ଯେଉଁ ବ୍ଯକ୍ତିଙ୍କୁ ରିପ୍ଲାଏ ଦେବାକୁ ଚାହୁଁଛନ୍ତି, ତାଙ୍କୁ କେମିତି କରିବେ।

whatsapp

ପ୍ରଥମ ଆପଣ ଗ୍ରୁପରେ ଥିବା ସେହି ଚାଟ୍ କୁ ଜୋରରେ ପ୍ରେସ କରନ୍ତୁ, ଯାହାର ଉତ୍ତର ଦେବାକୁ ଚାହୁଁଚନ୍ତି, ମେସେଜ ସିଲେକ୍ଟ ହେବା ପରେ ଡାହାଣ ପାଖରେ ତିନିଟି ବିନ୍ଦୁ ଦେଖିବାକୁ ମିଳିବ, ତା’ ଉପରେ କ୍ଲିକ କରନ୍ତୁ। ତା’ ପରେ reply Privately ରେ କ୍ଲିକ କରନ୍ତୁ। ହ୍ବାଟସଆପ୍ ରେ ଏକ ନୂଆ ଟ୍ଯାବ୍ ଆସିବ, ଯେଉଁଥିରେ ସେହି ବ୍ଯକ୍ତିଙ୍କ ନମ୍ବର ଉପରେ ଦେଖିବାକୁ ମିଳିବ। ଆପଣ ଏବେ ସେଠାରେ ମେସେଜ ଟାଇପ କରିପାରିବେ। ମେସେଜ ଏବେ ସିଧାସଳଖ ସେହି ବ୍ଯକ୍ତିଙ୍କ ପାଖକୁ ଯିବ, ଯାହାଙ୍କୁ ଆପଣ ମେସେଜ କରିବାକୁ ଚାହୁଁଛନ୍ତି। କିନ୍ତୁ ଏହି ମେସେଜ ଆପଣଙ୍କୁ ହ୍ବାଟସଆପ୍ ଗ୍ରୁପରେ ଦେଖିବାକୁ ମିଳିବ ନାହିଁ।

ହ୍ବାଟସଆପ୍ ଗ୍ରୁପରେ କୌଣସି ବ୍ଯକ୍ତିଙ୍କୁ ସିକ୍ରେଟ ମେସେଜ କରିବା ପାଇଁ ନମ୍ବର ସେଭ କରିବା ଆବଶ୍ଯକତା ନାହିଁ। ଆପଣ କାହାକୁ ମଧ୍ୟ ବିନା ନମ୍ବର ସେଭ କରି ମେସେଜ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.