ଅଷ୍ଟ୍ରେଲିଆରେ ବିରୁଷ୍କାଙ୍କ ସନ୍ତାନକୁ ସ୍ବାଗତ କରିବାକୁ ଚାହୁଁଛନ୍ତି ଏହି କ୍ରିକେଟର, ବିରାଟଙ୍କୁ କହିଲେ ଏମିତି କଥା

ଟିମ୍ ଇଣ୍ଡିଆ ଏବେ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଖେଳୁଛି। ଏହା ମଧ୍ୟରେ ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି ଚର୍ଚ୍ଚାରେ। ସେ ବିରାଟ-ଅନୁଷ୍କାଙ୍କୁ ଅଷ୍ଟ୍ରେଲିଆ ଆସି ତାଙ୍କ ଶିଶୁକୁ ଜନ୍ମ ଦେବା ପାଇଁ ଆମନ୍ତ୍ରିତ କରିଛନ୍ତି। ଏଥିସହିତ ସେ କହିଛନ୍ତି ଯେ, ମିଷ୍ଟର କୋହଲିଙ୍କୁ ସ୍ବାଗତ କରିବା ପାଇଁ ଅଷ୍ଟ୍ରେଲିଆବାସୀ ଚାହିଁ ରହିଛନ୍ତି। ବିରାଟ ପ୍ରଥମ ଟେଷ୍ଟ ମ୍ଯାଚ ଖେଳିବା ପରେ ଭାରତକୁ ଫେରିଯିବେ। ନିଜର ପ୍ରଥମ ସନ୍ତାନ ଜନ୍ମ ସମୟରେ ସେ ଅନୁଷ୍କାଙ୍କ ସହିତ ରହିବାକୁ ଚାହଁଛନ୍ତି।

ଏକ ଖବର କାଗଜକୁ ଦେଇଥିବା ଏକ ସାକ୍ଷାତକାରରେ ବ୍ରେଟ୍ ଲି କହିଛନ୍ତି ଯେ, ଯଦି ମିଷ୍ଟର କୋହଲି ଚାହିଁବେ ଅଷ୍ଟ୍ରେଲିଆରେ ତାଙ୍କ ଶିଶୁ ଜନ୍ମ କରିବା ପାଇଁ ତେବେ ଆମେ ସ୍ବାଗତ କରିବୁ ବୋଲି ବ୍ରେଟ୍ ଲି କହିଛନ୍ତି। ମିଷ୍ଟର କୋହଲିଙ୍କ ଯିଦ ପୁଅ ହେଲା ତେବେ ଭଲ ଓ ଝିଅ ହେଲେ ବି ଆହୁରି ଭଲ ବୋଲି ସେ କହିଛନ୍ତି। ସୂଚନାଥାଉକି, ବିରାଟ ବର୍ତ୍ତମାନ ଆଡିଲେଡ ଟେଷ୍ଟ ଖେଳୁଛନ୍ତି। ୧୭ ତାରିଖରୁ ଆରମ୍ଭ ହୋଇଥିବା ପ୍ରଥମ ଦିବାରାତ୍ର ଟେଷ୍ଟ ୨୧ ତାରିଖରେ ଶେଷ ହେବ। ୨୦୨୧ ଜାନୁଆରୀ ମାସରେ ଅନୁଷ୍କାର ଶର୍ମା ତାଙ୍କ ଶିଶୁକୁ ଜନ୍ମ ଦେଇପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.