ହସ୍‌ପିଟାଲରୁ ଘରକୁ ଆସିଲେ ରେମୋ ଡିସୌଜା, ଦେଖନ୍ତୁ ଡିସଚାର୍ଜ ପରେ କେମିତି ଦେଖାଯାଉଛନ୍ତି ରେମୋ

ବଲିଉଡର ଚର୍ଚ୍ଚିତ କୋରିଓଗ୍ରାଫର ରେମୋ ଡିସୌଜାଙ୍କୁ ହାର୍ଟ ଆଟାକ୍ ଆସିଥିଲା। ଯାହାପରେ ତାଙ୍କୁ ଗମ୍ଭୀର ଅବସ୍ଥାରେ ମୁମ୍ବାଇର କୋକିଲାବେନ ହସ୍‌ପିଟାଲରେ ଆଡମିଟ୍ କରାଯାଇଥିଲା। ଯେଉଁଠି ତାଙ୍କର ଚିକିତ୍ସା ଚାଲୁଛି। କିନ୍ତୁ ବର୍ତ୍ତମାନ ରେମୋଙ୍କର ଫ୍ୟାନ୍ସଙ୍କ ପାଇଁ ବହୁତ ବଡ଼ ଖୁସି ଖବର। ଏହି ଖବର ଶୁଣି ନିହାତି ଭାବରେ ରେମୋଙ୍କର ପ୍ରଶଂସକ ଏକଦମ୍ ଖୁସି ହୋଇଯିବେ। ବର୍ତ୍ତମାନ ରେମୋ ସମ୍ପୂର୍ଣ୍ଣ ଭାବରେ ଠିକ ହୋଇ ନିଜ ଘରକୁ ଫେରିଛନ୍ତି। ନିଜେ କୋରିଓଗ୍ରାଫର ଏହାର ସୂଚନା ଦେଇଛନ୍ତି। ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ରେମୋ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଆପଣ ରେମୋଙ୍କୁ ସ୍ୱାଗତ କରାଯାଉଥିବାର ଦୃଶ୍ୟ ଦେଖିପାରିବେ। ରେମୋଙ୍କୁ ତାଙ୍କ ଘରେ କେମିତି ସ୍ୱାଗତ କରାଯାଉଛି ତାହା ଏହି ଭିଡିଓରେ ଦେଖିପାରିବେ।

remooଭିଡିଓରେ ଆପଣ ଦେଖିପାରୁଥିବେ ଯେ ରେମୋ ଡିସୌଜା ହସପିଟାଲରୁ ଡିସଚାର୍ଜ ହେବା ପରେ ବହୁତ ଖୁସି ଥିବା ନଜର ଆସୁଛନ୍ତି। ସେହିପରି ବ୍ୟାକଗ୍ରାଉଣ୍ଡରେ ଗଣପତି ବାପ୍ପାଙ୍କ ଗୀତ ବାଜୁଛି। ଭିଡିଓକୁ ସେୟାର କରି ରେମୋ କ୍ୟାପସନରେ ଲେଖିଛନ୍ତି, ‘ସମସ୍ତଙ୍କ ପ୍ରେମ, ପ୍ରାର୍ଥନା ଏବଂ ଆଶିର୍ବାଦ ପାଇଁ ଧନ୍ୟବାଦ। ମୁଁ ଘରକୁ ଫେରିଆସିଛି।’ ରେମୋଙ୍କ ଏହି ପୋଷ୍ଟରେ ଲୋକମାନେ ଖୁବ୍ କମେଣ୍ଟ କରୁଛନ୍ତି ଏବଂ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରେମୋ ଡିସୌଜା ଫିଲ୍ମ ନିର୍ଦ୍ଦେଶନା ସହିତ ଅନେକ ବଡ଼ ବଡ଼ ଫିଲ୍ମରେ କୋରିଓଗ୍ରାଫର ରହିସାରିଛନ୍ତି।

ରେମୋ ନିଜ କ୍ୟାରିୟରର ଆରମ୍ଭ ୧୯୯୫ରେ କରିଥିଲେ। ୨୦୦୦ ମସିହାରେ ‘ଦିଲ ପେ ମତ ଲେ ୟାର’ ଫିଲ୍ମରେ ସେ କୋରିଓଗ୍ରାଫୀ କରିଥିଲେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରେମୋ ଡିସୌଜା ‘ଫ୍ଲାଇଙ୍ଗ୍ ଜେଟ’, ‘ରେସ ୩’, ‘ଫାଲତୁ’, ‘ଏବିସିଡି’,‘ଏବିସିଡି ୨’ ଏବଂ ‘ଷ୍ଟ୍ରୀଟ ଡ୍ୟାନ୍ସର’ ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି । ଏହାଛଡା ଅନେକ ରିୟାଲିଟି ଶୋ’ରେ ମଧ୍ୟ ସେ ନଜର ଆସିସାରିଛନ୍ତି। ରେମୋ ଡିସୌଜା ଡ୍ୟାନ୍ସ ପ୍ଲସ ଶୋରେ ମୁଖ୍ୟ ଜଜ୍ ଭୂମିକାରେ ମଧ୍ୟ ଅଛନ୍ତି।

 

View this post on Instagram

 

A post shared by Remo Dsouza (@remodsouza)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.