ପିପିିଲି ଓଭର ବ୍ରିଜ୍ ନିକଟରେ ଅଘଟଣ, କ୍ରେନ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ 

ପିପିିଲି: ପୁରୀ ଜିଲ୍ଲା ପିପିଲି ଓଭର ବ୍ରିଜ୍ ନିକଟରେ ଯାଇଥିବା ରାସ୍ତାରେ କ୍ରେନ୍‌ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ସାଇକେଲ ଆରୋହୀ ଜଣକ ନିକଟସ୍ଥ ଜଗନ୍ନାଥପୁର ପଂଚାୟତର ବାରବାଟୀ ଗ୍ରାମର ନିଧି ବେହେରା । ଉକ୍ତ କ୍ରେନ୍ ଟିର ଚକା ନିଧି ବେହେରାଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା ।

ଖବର ପାଇ ପିପିଲି ପୋଲିସ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣା ଘଟାଇଥିବା କ୍ରେନ୍ ଟିକୁ ଜବତ କରିବା ସହିତ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଶବକୁ ଜବତ କରି ବ୍ୟବଚ୍ଛେତ ନିମନ୍ତେ ପଠାଇବା ସହିତ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି । ଦୁର୍ଘଟଣା ପରେ କ୍ରେନ୍ ଡ଼୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.