Below header

ଫୋନରେ Dark Mode କ’ଣ ଓ ଏହା କିପରି କାମ କରିଥାଏ, ଜାଣନ୍ତୁ ଏହାର କ’ଣ ରହିଛି ଫାଇଦା

ସ୍ମାର୍ଟ ଫୋନରେ ଡାର୍କ ମୋଡ୍‌ (Dark Mode) କେବଳ ଏକ ଥିମ୍‌ ନୁହେଁ ଏହାର ବହୁତ ଫାଇଦା ରହିଛି । ଏହାକୁ ଅନ୍‌ କରିବା ଦ୍ୱାରା ଆପଣଙ୍କ ଫୋନରେ କଳା ରଂଗ ଛାଇ ହୋଇଯାଇଥାଏ । ଏହାର ଅର୍ଥ ନୁହେଁ ଯେ ଆପଣଙ୍କ ଫୋନରେ ଅନ୍ୟ ରଂଗ ଆସିବ ନାହିଁ । ପୂର୍ବ ଭଳି ଆପଣଙ୍କ ଫୋନରେ ଅନ୍ୟ ରଂଗ ମଧ୍ୟ ମିଳିବ । ଏହାର ଅର୍ଥ ଫୋନ ସ୍କ୍ରିନରେ ହ୍ଵାଇଟ ରଂଗ ବଦଳରେ କଳା ରଂଗ ଦେଖାଯିବ । ଏହା ଆଣ୍ଡ୍ରଏଡ ଓ iOS ଉଭୟ ଫୋନରେ ଉପଲବ୍ଧ ଅଟେ ।

Dark Mode ର କ’ଣ ଫାଇଦା

• ବ୍ୟାଟେରୀ ବଞ୍ଚାଇ ଥାଏ – ସବୁ ସ୍ମାର୍ଟ ଫୋନରେ ସବୁଠୁ ଅଧିକ ବ୍ୟାଟେରୀ ଫୋନର ହ୍ଵାଇଟନେସରେ ସରି ଯାଇଥାଏ । ହ୍ଵାଇଟନେସର ଲେବଲ ଯେତେ ଅଧିକ ହେବ ଆପଣଙ୍କ ଫୋନର ବ୍ୟାଟେରୀ ସେତେ ଶୀଘ୍ର ସରିବ । ତେବେ Dark Mode ଅନ୍‌ କରି ଆପଣ ଏହି ଅସୁବିଧାରୁ ମୁକୁଳି ପାରିବେ । ଏହାଦ୍ୱାରା ଆପଣଙ୍କ ଫୋନ ଦୀର୍ଘ ସମୟ ଯାଏ ଚାଲି ପାରିବ ।

• ଆଖି ଉପରେ ଚାପ କମ ପଡିବ – ଡାର୍କ ମୋଡର ଆଉ ଏକ ଫାଇଦା ଯେ ଆଖି ଉପରେ ଏହାର ଚାପ କମ ପଡିବ । ଏହା ଦ୍ୱାରା ଆଖି ଥକିବ ନାହିଁ । ଫଳରେ ଅନ୍ଧାରରେ ଆରାମରେ ଆପଣ ଫୋନ ଦେଖିପାରିବେ ।

• Dark Mode ରେ ଫଣ୍ଟ ବି ଭଲ ଦେଖା ଦେଖା ଯିବ ।

ଆପଣ ଚାହିଁଲେ ସବୁ ସମୟରେ ଏହି ମୋଡ ଅନ ରଖିପାରିବେ । ସୂର୍ଯ୍ୟାସ୍ତ ପରେ ବି ଡାର୍କ ମୋଡ ରଖିପାରିବେ । ବେଳେ ବେଳେ ସନ୍ଧ୍ୟା ହେବା ପରେ ମଧ୍ୟ ଡାର୍କ ମୋଡ ଅନ୍‌ ହୋଇପାରିବ । ତେବେ ଏଥିପାଇଁ ସେଟିଂରେ ସେଟ କରିପାରିବେ କି କେବେ ଆପଣ ଡାର୍କ ମୋଡ ଚାହୁଁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.