Below header

WhatsAppରେ କେବିସିକୁ ନେଇ ଆସୁଛି କି ମେସେଜ ? ହୋଇଯାଆନ୍ତୁ ସାବଧାନ ! ନଚେତ ଖାଲି ହୋଇଯିବ ଆକାଉଣ୍ଟ

ଆଜିକାଲି WhatsApp ଲୋକପ୍ରିୟ କୁଇଜ୍ ଶୋ କୋନ ବନେଗା କରୋଡ଼ପତି (କେବିସି) ର ଏକ ମେସେଜ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ୨୫ ଲକ୍ଷ ଟଙ୍କା ପୁରସ୍କାର ଦାବି କରାଯାଇଛି। ଏହି ମେସେଜରେ କୁହାଯାଉଛି ଯେ ଆପଣଙ୍କର WhatsApp ନମ୍ବର କେବିସି ସିମ୍ କାର୍ଡ ଲକି ଡ୍ର ପ୍ରତିଯୋଗିତା ୨୦୨୧ ଅଧୀନରେ ଚୟନ କରାଯାଇଛି । ଏହା ସହିତ ମେସେଜ କ୍ଲେମ କରିବାକୁ ଲିଙ୍କରେ କ୍ଲିକ୍ କରିବାକୁ ମଧ୍ୟ କୁହାଯାଉଛି। ଆମେ ଆପଣଙ୍କୁ କହି ରଖିବୁ ଯେ ଏହା ପୂର୍ବରୁ ମଧ୍ୟ ଏକ ମେସେଜ ଭାଇରାଲ ହେଉଥିଲା, ଯାହାକୁ ଭାରତ ସରକାର ନକଲି ବୋଲି ଘୋଷଣା କରିଥିଲେ।

କେମିତି ଆସେ whatsappରେ ନକଲି ମେସେଜ-

ନମସ୍କାର! ମୁଁ କେବିସି କୋନ ବନେଗା କାରୋଡ଼ପତି ମୁମ୍ବାଇର ବିଜୟ କୁମାର! ଅଭିନନ୍ଦନ, ଆପଣଙ୍କର whatsapp ନମ୍ବର କେବିସି ସିମ୍ କାର୍ଡ ଲକି ଡ୍ର ପ୍ରତିଯୋଗିତା ୨୦୨୧ ରେ ମନୋନୀତ ହୋଇଛି! ଆପଣ ୨୫,୦୦,୦୦୦ ଲକ୍ଷ କେବିସି ନଗଦ ପୁରସ୍କାର ଜିତିଛନ୍ତି । ଆପଣଙ୍କର whatsapp ନମ୍ବର ହେଉଛି କେବିସି ଅଲ୍ ଇଣ୍ଡିଆ ସିମ୍ କାର୍ଡ ଲକି ଡ୍ର ପ୍ରତିଯୋଗିତା ମୁଖ୍ୟ ବିଜେତା !

୨୫,୦୦୦,୦୦ ଲକ୍ଷ କେବିସି ନଗଦ ପୁରସ୍କାର! ଦୟାକରି ବର୍ତ୍ତମାନ ଯୋଗାଯୋଗ କରନ୍ତୁ କେବିସି ଅଫିସ୍ whatsapp ନମ୍ବର: https://api.whatsapp.com/send?phone=917011789860 କେବିସି ମ୍ୟାନେଜର: ଶ୍ରୀ ରାଣା ପ୍ରତାପ ସିଂ।

ଅନଲାଇନ୍ ଯାଆନ୍ତୁ ଏବଂ ଆପଣଙ୍କର KBC ପୁରସ୍କାର ଟଙ୍କା ବିବରଣୀ ପ୍ରାପ୍ତ କରନ୍ତୁ! ଆପଣଙ୍କର ଲଟେରୀ ନମ୍ବର ୦୦୯୯ କେବିସି ଫାଇଲ୍ ନମ୍ବର: BT12 ପ୍ରିୟ ବିଜେତା , ଆପଣ କେବଳ WHATSAPP ନମ୍ବରରେ କଲ୍ କରନ୍ତୁ ! ବର୍ତ୍ତମାନ ଆପଣଙ୍କ WHATSAPP ନମ୍ବରରୁ କେବିସି ଅଫିସର WHATSAPP https://api.whatsapp.com/send?phone=917011789860 ନମ୍ବରକୁ କଲ୍ କରନ୍ତୁ ।

ଦିଲ୍ଲୀ ପୋଲିସର ସାଇବର ସେଲ୍ ଅନୁଯାୟୀ, ଏହି ପ୍ରକାର ଅନଲାଇନରେ ସାଇବର ଠକେଇ ମାନେ ଅଜଣା ନମ୍ବରରୁ ପୀଡିତମାନଙ୍କୁ WHATSAPP ମେସେଜ୍ ପଠାନ୍ତି ଏହା ମଧ୍ୟ କହିଥାନ୍ତି ଯେ ଆପଣ ୨୫,୦୦୦,୦୦ ଟଙ୍କାର ପୁରସ୍କାର ଜିତିଛନ୍ତି ଯାହାକୁ କେବିସି ଓ ରିଲିଆନ୍ସ ଜିଓ ତରଫରୁ ଆୟୋଜନ କରାଯାଇଛି । ଏଥି ସହିତ ପୀଡିତମାନଙ୍କୁ ମେସେଜରେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରିବାକୁ ମଧ୍ୟ କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.