Below header

ଏହା ହେଉଛି ଦୁନିଆର ସବୁଠାରୁ ଛୋଟ ଲାପଟପ , ତିଆରି କରିବାକୁ ଲାଗିଲା ସାତଦିନ ଏବଂ ଖର୍ଚ୍ଚ ହେଲା ଛଅ ହଜାର ଟଙ୍କା

କଣ ଆପଣ କେବେ ଦୁନିଆର ସବୁଠାରୁ ଛୋଟ ଲାପଟପ ଦେଖିଛନ୍ତି କି ? ଯଦି ନା, ତାହେଲେ ଦେଖନ୍ତୁ ଏହି ଲାପଟପକୁ । ଏହି ଲାପଟପକୁ ପ୍ରସ୍ତୁତ କରିବା ପାଇଁ ଲାଗିଥିଲା ସାତ ଦିନ ଏବଂ ଏଥିରେ ସମୁଦାୟ ୮୫ ଡଲାର ବା ଛଅ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା ।

ଆମେରିକାର ପୋଲ କ୍ଳିଙ୍ଗର ନାମକ ଜଣେ ଆଇଟି ଇଂଜିନିୟର ଏହି ଲାପଟପକୁ ବନାଇଥିଲେ । ଯାହାକୁ ବିଶ୍ଵର ସବୁଠାରୁ ଛୋଟ ଲାପଟପ ବୋଲି କୁହାଯାଉଛି । ଏହି ସ୍ୱତନ୍ତ୍ର ଲାପଟପର ସ୍କ୍ରିନ ଏକ ଇଞ୍ଚର ଅଟେ ଏବଂ ଏହାର ଡିସପ୍ଲେ ହେଉଛି ୦.୯୬ ସେଣ୍ଟିମିଟର । ଉଦ୍ଭାବକ ଲେନୋଭୋର ଥିଙ୍କପ୍ୟାଡ଼ର ନାମାନୁସାରେ ଏହାର ନାମ ରଖିଛନ୍ତି ‘ଥିଙ୍କ ଟିନି’ । ଯେକୌଣସି ସାଧାରଣ ଲାପଟପ ଭଳି ଏହି ଛୋଟ ଲାପଟପରେ ମଧ୍ୟ ସମସ୍ତ ସୁଇଚ ଦିଆଯାଇଛି । ଏହାସହିତ ଏଥିରେ ୩୦୦ ଏମଏଏଚର ବ୍ୟାଟେରୀ ଲଗାଯାଇଛି ଯାହାକୁ ଚାର୍ଜ ମଧ୍ୟ କରାଯାଇପାରିବ ।

ଏହି ମିନି ଲାପଟପର ବୈଶିଷ୍ଟ୍ୟତା ହେଉଛି ଏଥିରେ ଗେମ ମଧ୍ୟ ଖେଳାଯାଇ ପାରିବ , ଏଥିପାଇଁ କିପ୍ୟାଡ଼ ମଝିରେ ଏକ ଲାଲ ରଙ୍ଗର ଟ୍ରାକ ପଏଣ୍ଟ ଷ୍ଟାଇଲ କ୍ରସର କଣ୍ଟ୍ରୋଲର ମଧ୍ୟ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.