ଆଉ ଜଣେ ନିର୍ଦ୍ଦୟୀ ଜେଜେମାଆ, ମାଆ ନଥିବା ନାତୁଣୀକୁ ନିର୍ଧୁମ ପିଟି ଘରେ ପୁରାଇ ପକାଇଲେ ତାଲା

ବାଲେଶ୍ୱର (କେନ୍ଯୁଜ୍) : ପୁଣି ଶିଶୁକୁ ଅକଥନୀୟ ନିର୍ଯ୍ୟାତନା । ମରିଗଲା ମାନବିକତା, ନିର୍ଦ୍ଦୟୀ ହେଲେ ଜେଜେମାଆ। ନାତୁଣୀକୁ ନିର୍ଧୁମ ପିଟିଲେ। ସେମିତିରେ ମନ ବୁଝିଲା ନାହିଁ ଯେ ଘରେ ତାଲା ପକାଇ ଦେଲେ। ବାଲେଶ୍ୱର ବସ୍ତା ପରେ ଏଭଳି ଅଭାବନୀୟ ଓ ସ୍ପର୍ଶକାତର ଘଟଣା ଘଟିଛି ଅନୁଗୁଳ ଜିଲ୍ଲାରେ। ବନ୍ତଳା ଥାନା ଅନ୍ତର୍ଗତ ଗଡ଼ତରାସ ଗାଁରେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ତିନି ବର୍ଷର ନାବାଳିକା ମାଆ ଛେଉଁଣ୍ଡ। ବୋହୂର ମୃତ୍ୟୁ ପରେ ଜେଜେ ମାଆ ନାତୁଣୀକୁ ବିଭିନ୍ନ ସମୟରେ ମାଡ଼ ମାରିବା ସହ ନିର୍ଯ୍ୟାତନା ଦେଇ ଆସୁଥିଲେ। ଘରେ ତାଲା ପକାଇ ରଖିଥିବା ବେଳେ ଗାଁ ଲୋକ ଓ ପୋଲିସ ପହଞ୍ଚି ଦୁଇ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଶିଶୁର ଜେଜେମାଆ, ଜେଜେବାପା ଓ ବାପାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଦୁଇ ଶିଶୁଙ୍କୁ ବାଳ ଆଶ୍ରମରେ ରଖିବାକୁ ଦାବି କରିଛନ୍ତି ଗାଁ ଲୋକ।

grandmaa

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.