Below header

Xiaomi ଲଞ୍ଚ କଲା 3HP ଭର୍ଟିକଲ ଏୟାର କଣ୍ଡିସନର, ଜାଣନ୍ତୁ କେତେ ରହିଛି ଦାମ୍

ଚୀନ୍ ର ଦିଗ୍ଗଜ କମ୍ପାନୀ ସାଓମି ନିଜର ଇକୋଲଜିକାଲ ଚେନରେ ନୂତନ ପ୍ରଡକ୍ଟ ଲଞ୍ଚ କରିଛି। କମ୍ପାନୀ ଲଞ୍ଚ କରିଥିବା ଏହି ପ୍ରଡକ୍ଟର ନାଁ ରହିଛି Xiaomi 3HP ଭର୍ଟିକଲ ଏୟାର କଣ୍ଡିସନର। ଏହା ସାଓମିର ପ୍ରଥମ 3HP ଏସି। ଏହି ଡିଭାଇସ ଲେମିନାର ସଫ୍ଟ ୱିଣ୍ଡ ଟେକ୍ନୋଲୋଜିରୁ କମ ରହିଛି।

ଏହି ଡିଭାଇସ ଚୀନରେ ଫ୍ରି-ବୁକିଂ ପାଇଁ ଉପଲବ୍ଧ ରହିଛି। ଫ୍ରି ବୁକିଂ ପାଇଁ ୧୦୦ ଚୀନ୍ ୟୁଆନ୍ (ପାଖାପାଖି ୧ହଜାର ଟଙ୍କା) ଜମା କରିବାକୁ ପଡିବ। ଏୟାର କଣ୍ଡିସନରର ମୂଲ୍ଯ ୫,୯୯୯ ଅର୍ଥାତ ୟୁଆନ(୬୩,୫୦୦ଟଙ୍କା)। ଏହି ଏସିକୁ ଚୀନରେ ଜେଡିହଟକମ ଦ୍ବାରା ଫ୍ରି-ବୁକିଂ କରାଯାଇପାରିବ।

Xiaomiସାଓମିର ନୂଆ 3HP ଭର୍ଟିକଲ ଏୟାର କଣ୍ଡିସନର କେବଳ ଅଦିକ ଥଣ୍ଡା କରିନଥାଏ ବରଂ ଡାଇରେକ୍ଟ ଏୟାର-କଣ୍ଡିସନର ର ସମସ୍ଯା ମଧ୍ଯ ଦୂର କରିଥାଏ। ସାଓମିର ଏୟାର କଣ୍ଡିସନର 1HP/1.5HP/3HP ଡିଭାଇସ ରହିଛି ଯାହା ୧୦ ମିଟର ସ୍କୋୟାରରୁ ୧୫ମିଟର ସ୍କୋୟାର ଏବଂ ୧୬ ମିଟର ସ୍କୋୟାରରୁ ୨୦ ମିଟର ସ୍କୋୟାର ଥିବା ଘର ପାଇଁ ପରଫେକଟ। ଏହାର ଅର୍ଥ ଏହା ବେଡରୁମ୍, ଷ୍ଟଡି ରୁମ୍ ଏବଂ ଘରର ଅନ୍ଯ ସ୍ଥାନରେ ଲଗାଇବା ପାଇଁ ଠିକ୍ ହେବ।

vertical-airXiaomi 3HP ଭର୍ଟିକଲ ଏୟାର କଣ୍ଡିସନରରେ ଫୁଲ ଡିସି ଇନଭେଟର କଂପ୍ରେସରର ବ୍ଯବହାର କରାଯାଇଛି। ଏଥିରେ ଇଣ୍ଟରନାଲ ଏବଂ ଏକ୍ସଟରନାଲ ଡିସି ଫ୍ଯାନ୍ସ ରହିଛି। ଏଥିରେ ଥ୍ରାଟଲ କଣ୍ଟ୍ରୋଲ ପାଇଁ ଇଲେକ୍ଟ୍ରୋନିକ୍ ଏକ୍ସପେସନ ବଲ୍ସ ମଧ୍ଯ ଲାଗିଛି, ଯାହାଦ୍ବାରା ସିଷ୍ଟମ ଭଲ ଚାଲିବା ସହ ବିଜୁଳି ମଧ୍ଯ କମ ଖର୍ଚ୍ଚ କରିଥାଏ। ଏହା ଅତ୍ଯଧିକ ଗରମ ଏବଂ ଥଣ୍ଡାରେ ତାପମାତ୍ରାକୁ ଠିକ୍ ରୂପେ କଣ୍ଟ୍ରୋଲ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.