ହଜାର ବର୍ଷ ପରେ ଗୋଟେ ମାସରେ ପଡୁଛି ୩ଟି ବଡ ଗ୍ରହଣ, ଗମ୍ଭୀର ହୋଇପାରେ ପରିଣାମ

ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଉଭୟ ବିରଳ ମହାଜାଗତିକ ଦୃଶ୍ୟ । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ର ଏବଂ ସୂର୍ଯ୍ୟ ଗ୍ରହଣ ପୃଥିବୀରେ ଥିବା ମନୁଷ୍ୟଙ୍କ ପାଇଁ ଶୁଭ ବୋଲି ଧରାଯାଏନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ କିଛି ଲୋକଙ୍କ ପାଇଁ ଲାଭକାରୀ କୁହାଯାଉଥିବା ବେଳେ କିଛି ଲୋକଙ୍କ ପାଇଁ ହାନିକାରକ ହୋଇଥାଏ। ଏହା ଏପରି ଏକ ଛାଇ ଆଲୁଅର ଖେଳ, ଯାହା ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ । ତେବେ ଆସନ୍ତା ମାସରେ ଦୁଇଟି ଚନ୍ଦ୍ରଗ୍ରହଣ ଏବଂ ଗୋଟେ ସୂର୍ଯ୍ୟପରାଗ ହେବାକୁ ଯାଉଛି। ଏପରି ମିଳିନ ହଜାର ହଜାର ବର୍ଷ ପରେ ପଡିବାକୁ ଯାଉଛି। ଯେଉଁଥିପାଇଁ ପୃଥିବୀକୁ ବହୁତ ବଡ କ୍ଷତି ହୋଇପାରେ ବୋଲି ଆକଳନ କରାଯାଉଛି।

sun

ଆସନ୍ତା ଜୁନ୍ ୫ରୁ ଜୁଲାଇ ୫ ତାରିଖ ଭିତରେ ୨ଟି ଉପଛାୟା ଚନ୍ଦ୍ର ଗ୍ରହଣ ଓ ଗୋଟିଏ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବ । ଜୁନ୍ ୫ରୁ ୬ ତାରିଖରେ ଉପଛାୟା ଚନ୍ଦ୍ର ଗ୍ରହଣ ରାତି ୧୧.୧୫ରୁ ଆରମ୍ଭ ହୋଇ ରାତି ୧୨.୫୪ରେ ସର୍ବାଧିକ ଦୃଶ୍ୟମାନ ହୋଇ ରାତି ୨.୩୪ମିରେ ଶେଷ ହେବ । ଏହି ଗ୍ରହଣ ଖାଲି ଆଖିରେ ଦେଖାଯିବ ନାହିଁ ।

lunar

ସେହିପରି ପୁର୍ନବାର ୨୧ ଜୁନରେ ସୂର୍ଯ୍ୟ ପରାଗ ସକାଳ ୧୦.୩୮ରେ ଆରମ୍ଭ ହୋଇ ମଧ୍ୟାହ୍ନ ୧୨.୨୬ ସର୍ବାଧିକ ଦେଖାଯାଇ ଅପରାହ୍ନ ୨.୯ମିରେ ଶେଷ ହେବ । ସେହିପରି ଜୁଲାଇ ୫ ତାରିଖରେ ଚନ୍ଦ୍ର ଗ୍ରହଣ ସକାଳ ୫.୭ରେ ଆରମ୍ଭ ହୋଇ ୧୧.୧୨ମିରେ ଶେଷ ହେବ । ଏହି ମହାଜାଗତିକ ଦୃଶ୍ୟର ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବା ପାଇଁ ଅନେକ ଦେଶର ବୈଜ୍ଞାନିକମାନେ ଏବେ ଠାରୁ ଲାଗି ପଡ଼ିଲେଣି ।

123

ମାତ୍ର ୩୦ ଦିନରେ ୩ଟି ଗ୍ରହଣ ପୃଥିବୀ ପାଇଁ ପ୍ରାକୃତିକ ବିପଦ କିମ୍ବା କୌଣସି କୁପରିଣାମ ଭୋଗିବାକୁ ପଡିପାରେ ବୋଲି ଜ୍ୟୋତିଷବିତ୍‌ମାନେ କହୁଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ୨୧ ଜୁନ୍‌ରେ ଲାଗିବାକୁ ଥିବା ସୂର୍ଯ୍ୟଗ୍ରହଣରେ ୬ ଗ୍ରହ( ବୁଧ, ଗୁରୁ, ଶୁକ୍ର, ଶନି, ରାହୁ ଏବଂ କେତୁ) ଗୋଟେ ସରଳରେଖା ରହିବେ। ଯାହାକୁ ଯୋଗୁଁ ବିଶ୍ୱକୁ ଏକ ବଡ ସଙ୍କଟ ଆସୁଛି ବୋଲି ଜ୍ୟୋତିଷବିତ୍‌ମାନେ କହୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.