Below header

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ , ରାଜଧାନୀରେ କରିବେ ହାଇଭୋଲଟେଜ୍‌ ପ୍ରଚାର

ଭୁବନେଶ୍ବର(କେନ୍ୟୁଜ୍) : ଆଜି ବିଜେପି ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାଜଧାନୀରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ପ୍ରଚାର । ମୋଦି ପ୍ରଥମ ଥର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଓଡ଼ିଶାରେ ରୋଡ୍‌ ସୋ କରିବେ । ପ୍ରଥମେ ସମ୍ବଲପୁରରେ ନିର୍ବାଚନୀ ସଭାରେ ଯୋଗଦେବେ ମୋଦି । ସେଠାରୁ ସିଧାସଳଖ ଭୁବନେଶ୍ୱର ଅଭିମୁଖେ ବାହାରିବେ । ଅପରାହ୍ନ ୪ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମେଗା ରୋଡ୍‌ ସୋ କରିବେ । ବିମାନବନ୍ଦରରୁ ବାହାରି ଗଙ୍ଗନଗର, ଓୟୁଏଟି, ଶିରିପୁର ଛକ ଦେଇ ବରମୁଣ୍ଡା ପଡ଼ିଆରେ ପହଞ୍ଚିବେ ମୋଦି । ରୋଡ୍‌ ସୋ ପରେ ବରମୁଣ୍ଡା ପଡ଼ିଆରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ମୋଦି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.