Below header

ଆସନ୍ତା ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ , ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ହେବ ଭୋଟିଂ

କେନ୍ୟୁଜ୍ : ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ମଝିରେ ଆଉ ଗୋଟିଏ ଦିନ । ଆଜି ସଂଧ୍ୟାରେ ଥମିବ ପ୍ରଚାର ଅଭିଯାନ । ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଆସନ-କନ୍ଧମାଳ, ବରଗଡ଼, ଆସିକା, ବଲାଙ୍ଗୀର ଓ ସୁନ୍ଦରଗଡ଼ ଏବଂ ୩୫ଟି ବିଧାନସଭା ଆସନରେ ମତଦାନ ହେବ । ଏଥିପାଇଁ ଜୋରଦାର ପ୍ରଚାର ଚଳାଇଛନ୍ତି ପ୍ରାର୍ଥୀ । କୌଣସି ବି ଭୋଟକୁ ହାତ ଛଡ଼ା କରିବାକୁ ଚାହୁଁନାହାନ୍ତି ନେତା। ଭୋଟରଙ୍କ ଘରେ ପହଞ୍ଚି ଭୋଟ ପାଇଁ ନିବେଦନ କରୁଛନ୍ତି । ଗାଁ ଓ ସହରର ଗଳିକନ୍ଦିରେ ବୁଲୁଛି ପ୍ରଚାର ଗାଡ଼ି । ବାଇକ୍‌ ରାଲିରେ ପ୍ରାର୍ଥୀ ଚଳାଇଛନ୍ତି କ୍ୟାମ୍ପେନ୍‌ । ଖରା, ତାତିକୁ ଖାତିର ନାହିଁ । ରାତିରେ ବି ନେତାଙ୍କୁ ଫୁରସତ ନାହିଁ । କମ୍ପୁଛି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା । ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ବୁଲି ବୁଲି ଭୋଟ ମାଗୁଛନ୍ତି । ବିଭିନ୍ନ ସମସ୍ୟାର ସମାଧାନ ସହ ଭୋଟରଙ୍କୁ ନାନା ପ୍ରତିଶ୍ରୁତି ଦେଉଛନ୍ତି ପ୍ରାର୍ଥୀ।

ଆସନ୍ତା ୨୩ ତାରିଖରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ

ସେହିପରି ଆସନ୍ତା ୨୩ ତାରିଖରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, କେନ୍ଦୁଝର ଓ ଢେଙ୍କାନାଳ ଲୋକସଭା ଆସନ ସମେତ ଏହା ଅଧୀନରେ ଆସୁଥିବା ୪୨ଟି ବିଧାନସଭା ଆସନ ପାଇଁ ଭୋଟିଂ ହେବ । ସେପଟେ ଆସନ୍ତା ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ହେବ ନିର୍ବାଚନ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ଆସନ ସମେତ ଏହା ଅଧୀନରେ ଆସୁଥିବା ୪୨ଟି ବିଧାନସଭା ଆସନ ପାଇଁ ଭୋଟିଂ ହେବ । ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ମଇଦାନରେ ଅଛନ୍ତି ୫୨ ଜଣ ପ୍ରାର୍ଥୀ । ସେହିପରି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୪୨ ବିଧାନସଭା ଆସନ ପାଇଁ ୩୪୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.