Below header

ବିଜେଡିି ସୁପ୍ରିମୋଙ୍କ ମିଶନ ପଶ୍ଚିମ ଓଡ଼ିଶା , ଆଜି ବିଜେପୁର ଓ ଗାଇସିଲଟରେ ମାରାଥନ ପ୍ରଚାର କରିବେ ନବୀନ

କେନ୍ୟୁଜ୍ : ବିଜେଡି ସୁପ୍ରିମୋଙ୍କ ମିଶନ ପଶ୍ଚିମ ଓଡ଼ିଶା। ଆଜି ବିଜେପୁର, ଗାଇସିଲଟରେ ନିର୍ବାଚନ ସଭାରେ ଉଦବୋଧନ ଦେଇ ଭୋଟ ମାଗିବେ ନବୀନ । ଏଥର ନବୀନ ହିଞ୍ଜିଳି ଓ ବିଜେପୁର ବିଧାନସଭା ଆସନରୁ ଲଢୁଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଦୁଇଟି ଯାକ ଆସନରେ ନିର୍ବାଚନ ହେଉଥିବା ବେଳେ ଆଜି ବିଜେପୁର ନିର୍ବାଚନମଣ୍ଡଳୀରେ କ୍ୟାମ୍ପେନ କରିବେ ବିଜେଡି ସୁପ୍ରିମୋ । ଦିନ ୧୦ଟାରେ ବରଗଡ ଲୋକ ମଣ୍ଡପ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ । ସେହିପରି ବରପାଲି ବଡ଼ଗାଁ ଖେଳ ପଡ଼ିଆରେ ନିର୍ବାଚନ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ । ପରେ ୧୧ଟା ୩୦ ମିନିଟରେ ବିଜେପୁର ହାଇସ୍କୁଲ ପଡ଼ିଆରେ ପ୍ରଚାର କରିବେ ନବୀନ । ଅପରାହ୍ନ ୧୨ଟା ୧୦ରେ ଗାଇସିଲଟ କଲଙ୍ଗାପାଲି ଖେଳ ପଡ଼ିଆରେ ସାଧାରଣ ସଭାକୁ ସମ୍ବୋଧନ କରିବେ । ଅପରାହ୍ନ ୨ଟା ୪୫ ମିନିଟରେ ରଘୁନାଥପାଲ୍ଲୀ ଆଇଡିଏଲ ଗେଷ୍ଟ ହାଉସରୁ ରାଉରକେଲା ଏୟାର ଷ୍ଟିପ୍‌ ପର୍ଯ୍ୟନ୍ତ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି । ନବୀନଙ୍କ ଗସ୍ତକୁ ନେଇ ପଶ୍ଚିମ ଓଡ଼ିଶାର ବିଜେଡି ନେତା ଓ କର୍ମୀ ଏବେ ବେଶ ଉତ୍ସାହିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.