ଏଡିଆର ସର୍ଭେ ରିପୋର୍ଟ , ଜାଣନ୍ତୁ ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ‌ ଲଢୁଥିବା ଟପ୍ ୧୦ ଧନୀ ପ୍ରାର୍ଥୀଙ୍କ ତାଲିକା

ରାଜ୍ୟର ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ‌ ପାଇଁ ଆସନ୍ତା ୧୮ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ହେବ। ଏସବୁ ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ମୋଟ ୨୪୪ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୪୧ଜଣଙ୍କର ବିଭିନ୍ନ ତଥ୍ୟକୁ ନେଇ ବିଶ୍ଳେଷଣ ହୋଇଛି। ସେହି ତଥ୍ୟରୁ ଜଣାଯାଇଛି ଯେ ସର୍ବାଧିକ ବିଜେପି ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି।
ଏହି ପର୍ଯ୍ୟାୟରେ ୧୪ଟି ବିଧାନସଭା କ୍ଷେତ୍ର ବା ରେଡ୍‌ ଆଲର୍ଟ ଆସନ ରହିଛି, ଯେଉଁଠି ପ୍ରତ୍ୟେକ ଆସନରୁ ଅପରାଧିକ ମାମଲା ଥିବା ଅନ୍ୟୂନ ୩ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏହି ପର୍ଯ୍ୟାୟ ପ୍ରାର୍ଥୀମାନଙ୍କ ମଧ୍ୟରେ ୭୦ଜଣ ହେଉଛନ୍ତିି କୋଟିପତି।

ଆଜି ପ୍ରକାଶିତ ଏଡିଆର ସର୍ଭେ ରିପୋର୍ଟରେ ଦ୍ବିତୀୟ ପର୍ଯ୍ୟାୟର ନିର୍ବାଚନ‌ ଲଢ଼ୁଥିବା ପ୍ରାର୍ଥୀମାନଙ୍କ ଅପରାଧିକ, ଆର୍ଥିକ, ଶିକ୍ଷାଗତ ଓ ଅନ୍ୟାନ୍ୟ ବିବରଣୀ ସଂପର୍କରେ ତଥ୍ୟ ପ୍ରକାଶ ପାଇଛି। ଏ ସମସ୍ତ ତଥ୍ୟ ଖୋଦ୍‌ ପ୍ରାର୍ଥୀମାନେ ନିଜ ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।  ନିର୍ବାଚନରେ ଉଭୟ ହିଞ୍ଜିଳି ଓ ବିଜେପୁର ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଅନ୍ୟ ଜଣାଶୁଣା ନେତାମାନଙ୍କ ମଧ୍ୟରେ ଅଛନ୍ତିି ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ, ତାଙ୍କ ପତ୍ନୀ ସଙ୍ଗୀତା ସିଂହଦେଓ, ଅର୍କେଶ ନାରାୟଣ ସିଂହଦେଓ, ନରସିଂହ ମିଶ୍ର, ବିକ୍ରମ କେଶରୀ ଆରୁଖ ପ୍ରମୁଖ।

assetମୋଟ ୨୪୧ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୮୪ଜଣ ଅର୍ଥାତ୍‌ ୩୫ ପ୍ରତିଶତ ପ୍ରାର୍ଥୀ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଏବଂ ୬୮ଜଣ ପ୍ରାର୍ଥୀଙ୍କ ନାମରେ ଗୁରୁତର ଅପରାଧିକ ମାମଲାମାନ ରହିଛି। ରାଜନୈତିକ ଦଳ ହିସାବରେ ଦେଖିଲେ, ୩୫ଜଣ ବିଜେପି ପ୍ରାର୍ଥୀଙ୍କ ମଧ୍ୟରୁ ୨୧ଜଣ ଅର୍ଥାତ୍‌ ୩୫ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ଥିବା ବେଳେ କଂଗ୍ରେସର ୧୭ ଓ ବିଜେଡିର ୧୩ଜଣଙ୍କ ବିରୋଧରେ ମାମଲା ରହିଛି। ଏ କ୍ଷେତ୍ରରେ ଅପରାଧିକ ମାମଲା ରହିଥିବା ୩ କିମ୍ବା ଅଧିକ ସଂଖ୍ୟକ ପ୍ରାର୍ଥୀମାନେ ଲଢ଼ୁଥିବା ୧୪ଟି ବିଧାନସଭା ଆସନକୁ ରେଡ୍‌ ଆଲର୍ଟ ଶ୍ରେଣୀଭୁକ୍ତ କରାଯାଇଛି।

ଏହି ପର୍ଯ୍ୟାୟର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ୭୦ଜଣ କୋଟିପତିଙ୍କ ମଧ୍ୟରୁ ବିଜେଡିରୁ ୨୧ଜଣ, ବିଜେପିରୁ ୨୦ଜଣ ଓ କଂଗ୍ରେସରୁ ୧୩ଜଣ ପ୍ରାର୍ଥୀ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଭୟ ସ୍ଥାବର ଓ ଅସ୍ଥାବର ସଂପତ୍ତିର ମୂଲ୍ୟ ୬୩ କୋଟି ଟଙ୍କାରୁ ଅଧିକ। ତେବେ କନ୍ଧମାଳର ଫୁଲବାଣୀ ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଅନନ୍ତ କଁହର ଓ ଭଞ୍ଜନଗରର କଂଗ୍ରେସ ପ୍ରାର୍ଥୀ ବିରେନ୍ଦ୍ର କୁମାର ଗୌଡ଼ଙ୍କର ସଂପତ୍ତି ଆଦୌ ନଥିବା ସେମାନେ ଦେଖାଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.