Below header

ତୃତୀୟ ପର୍ଯ୍ୟାୟ ପାଇଁ ଆଜି ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲ୍ଲାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । ତୃତୀୟ ପର୍ଯ୍ୟାୟ ପାଇଁ ପ୍ରଚାର କରୁଛନ୍ତି ନବୀନ । ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲ୍ଲାରେ ପ୍ରଚାର କରିବେ । ପ୍ରଥମେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଖମାରରେ ପହଞ୍ଚିଛି ସେଠାରେ ଏକ ସାଧାରଣ ସଭା କରିଛନ୍ତି । ଏହା ପରେ ପରଜଙ୍ଗରେ ପହଞ୍ଚିଛନ୍ତି ନବୀନ । ଏଠାରେ ଉଦ୍‌ବୋଧନ ଦେବା ପରେ ବନ୍ତଳା ଯିବେ । ଅନୁଗୁଳ ପରେ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଯିବେ ନବୀନ । ଢେଙ୍କାନାଳ ହିନ୍ଦୋଳ ସାଧାରଣ ସଭା କରିବା ପରେ ଢେଙ୍କାନାଳ ଗାନ୍ଧି ଷ୍ଟାଡିୟମ୍‌ରେ ଉପସ୍ଥିତ ଲୋକଙ୍କୁ ଉଦ୍‌ବୋଧନ ଦେବେ । ଏହା ପରେ କଟକ ଜିଲ୍ଲା ଯିବେ ନବୀନ । ପ୍ରଥମେ ବଡମ୍ବାରେ ସାଧାରଣ ସଭା କରିବା ପରେ ବାଙ୍କୀରେ ମଧ୍ୟ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.