ଯାଜପୁର ପୋଲିସକୁ ସଫଳତା,  ଗିରଫ କଲା ୪ କୁଖ୍ୟାତ ଡକାୟତଙ୍କୁ

ଯାଜପୁର ଟାଉନ:  ଯାଜପୁର ପୋଲିସ ହାତରେ ଧରା ପଡିଲେ ୪ ଅନ୍ତଃରାଜ୍ୟ କୁଖ୍ୟାତ ଡକାୟତ । ବିଝାଂରପୁର ଥାନା ଅର୍ନ୍ତଗତ ସିଂହପୁର ସେତୁ ନିକଟରେ ଏକ ସୁନା ଦୋକାନ ଡକାୟତି କରିବା ଲାଗି ଏହି ଗ୍ୟାଙ୍ଗ ଯୋଜନା କରୁଥିବା ବେଳେ ଚାରି ଜଣଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ଏମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ,ବହୁ ମାରଣାସ୍ତ୍ର ସହ ଚୋରୀ ସାମଗ୍ରୀ ଓ ଦୁଇଟି ବାଇକ୍ ଓ ୫ଟି ମୋବାଇଲ ଜବତ କରାଯାଇଛି ।

ଆହୁରି ପଢନ୍ତୁ : କୌଣସି ବେସରକାରୀ ନୁହେଁ ସରକାରୀ ଡାକ୍ତରଖାନାରେ ଜନ୍ମ ନେଲା ଜିଲ୍ଲାପାଳଙ୍କ ସନ୍ତାନ

ସୁଚନା ଅନୁସାରେ ଏହି ଗ୍ୟାଙ୍ଗର ୬ ଜଣ ସଦସ୍ୟ ଜିଲ୍ଲାର ବିଭିନ୍ନ ଅଂଚଳ ରେ ଡକାୟତି କରିବାରେ ସଫଳ ହୋଇଥିଲେ। ଏପରିକି ଗତ ୧୫ ଦିନ ତଳେ ବିଝାଂରପୁର ଥାନା ସୁନ୍ଦରପୁର ଅଂଚଳରେ ହୋଇଥିବା ସଶସ୍ତ୍ର ଡକାୟତି ରେ ଏମାନେ ସଂପୃକ୍ତି ଥିବା ନେଇ ପୋଲିସ ଆଗ ରେ ସ୍ୱୀକାର କରିଥିଲେ। ଚୋରୀ ଅଳଙ୍କାର କୁ ନେଇ କଟକ ର ଏକ ସୁନା ଦୋକାନରେ ବିକ୍ରି କରୁଥିଲେ। ସଂପୃକ୍ତ ବ୍ୟବସାୟୀଙ୍କ ଉପରେ ପୋଲିସ ର ଚଢାଉ ପରେ ବିଭିନ୍ନ ଅଂଚଳରୁ ଚୋରୀ ହୋଇଥିବା ୨୦୦ ଗ୍ରାମ ସୁନା ଓ ୩୦୦ ଗ୍ରାମ ରୂପା ଜବତ କରାଯାଇଛି । ଏହି ଡକାୟତ ଗ୍ୟାଙ୍ଗର ଦୁଇ ଜଣ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଖୁବ ଶିଘ୍ର ଧରାଯିବାକୁ ଉଦ୍ୟମ କରାଯାଉଥିବା ନେଇ ଯାଜପୁର ଏସପି ଚରଣ ସିଂ ମୀନା ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ।

 

Leave A Reply

Your email address will not be published.