ଡି. ପ୍ରକାଶ ରାଓଙ୍କୁ ଭେଟିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଦ୍ରୁତ ଆରୋଗ୍ୟ ପାଇଁ କଲେ କାମନା

ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କୁ ଭେଟିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ଡି. ପ୍ରକାଶ। ଏସସିବି ଅଧୀକ୍ଷକ ଓ ଡାକ୍ତରୀ ଟିମ୍‌ଙ୍କୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ପ୍ରକାଶ ରାଓଙ୍କୁ ସବୁଠାରୁ ଉତ୍ତମ ଚିକିତ୍ସା ଯୋଗାଇ ଦେବେ। ଏହା ସହ ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।

Leave A Reply

Your email address will not be published.