ଟ୍ରିପଲ ତଲାକ ବିରୋଧରେ ଲଢେଇ କରୁଥିବା ଇସ୍ରତ ଜହାଁଙ୍କୁ ହତ୍ୟା ଧମକ

ଟ୍ରିପଲ ତଲାକ ବିରୋଧରେ ଲଢେଇ କରୁଥିବା ଇସ୍ରତ ଜହାଁଙ୍କୁ ହତ୍ୟା ଧମକ। ହନୁମାନ ଚାଳିଷା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାରୁ ତାଙ୍କୁ ଧମକ ଚମକ ଦିଆଯାଇଛି । ଏ ନେଇ ଥାନାରେ ଅଭିଯୋଗ କରିବା ସହ ପୋଲିସ ସୁରକ୍ଷା ମାଗିଛନ୍ତି ଇସ୍ରତ ଜହାଁ । ଅଭିଯୋଗ ଅନୁସାରେ ହାଓ୍ଵଡ଼ା ସ୍ଥିତ ତାଙ୍କ ଘର ନିକଟରେ ତାଙ୍କୁ ଧମକ ଦିଆଯାଇଛି। ସେ ସ୍କୁଲରୁ ପୁଅକୁ ଆଣି ଘରକୁ ଫେରିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଘେରି ଯାଇଥିଲେ । ହିଜାବ ପିନ୍ଧି କାହିଁକି ହନୁମାନ ଚାଳିଷା ପାଠ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ବୋଲି ଲୋକେ ପ୍ରଶ୍ନ କରିଥିଲେ । ଉତ୍ତରରେ ସେ ନିଜକୁ ଧର୍ମ ନିରପେକ୍ଷ ବୋଲି କହିଥିଲେ। ଏଥିସହ ହିନ୍ଦୁମାନେ ଯଦି ନମାଜକୁ ନିମନ୍ତ୍ରିତ ହୋଇ ପାରିବେ, ମୁଁ କାହିଁକି ହନୁମାନ ଚାଳିଷା ପାଠକୁ ଯାଇ ପାରିବି ନାହିଁ ବୋଲି ପାଲଟା ପ୍ରଶ୍ନ କରିଥିଲେ । କିନ୍ତୁ ହିଜାବ ପିନ୍ଧି କାହିଁକି ସେଠାକୁ ଯାଇଥିଲେ ବୋଲି ତାଙ୍କୁ କୁହାଯାଇଥିଲା । ତେବେ ଏହି ଘଟଣାରେ ସେ ଭୟଭୀତ ଥିବା କହିଛନ୍ତି। କିଛି ଲୋକଙ୍କ ପକ୍ଷରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେ ପୋଲିସ ସୁରକ୍ଷା ମାଗିଛନ୍ତି । ଟ୍ରିପଲ ତଲାକ ବିରୋଧରେ ସେ ଲଢେଇ କରୁଛନ୍ତି। ଦୁବାଇରେ ରହି ତାଙ୍କ ସ୍ୱାମୀ ତାଙ୍କୁ ଫୋନ୍‌ ଯୋଗେ ତଲାକ ଦେଇଥିଲେ । ଏହା ବିରୋଧରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତବର୍ଷ ସେ ବିଜେପିରେ ଯୋଗ ଦେଇଛନ୍ତ। ସୂଚନା ଅନୁସାରେ ସେହି ଅଞ୍ଚଳରେ ଜଣେ ବିଜେପି ନେତା ହନୁମାନ ଚାଳିଷା ପାଠ କାର୍ଯ୍ୟକ୍ରମ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସେ ଇସରତ ଜହାଁଙ୍କୁ ନିମନ୍ତ୍ରଣ କରିଥିଲେ ।

Leave A Reply

Your email address will not be published.