Below header

ଟୁଇଟର ଜାରି କଲା ନୂଆ ଫିଚର, ସମସ୍ୟାରେ ପଡ଼ିବେ ଟ୍ରୋଲର

ମାଇକ୍ରୋ ବ୍ଲଗିଂ ସାଇଟ୍ ‘ଟୁଇଟର’ ନିଜ ୟୁଜର୍ସଙ୍କ ସୁବିଧା ଲାଗି ହାଇଡ୍ ରିପ୍ଲାଏ ଫିଚର ଜାରି କରିଛି। ଏହି ଫିଚରର ଲାଭ ଏହା ହେବ ଯେ ୟୁଜର୍ସଙ୍କ ପାଖରେ ସେମାନଙ୍କ ରିପ୍ଲାଏ ଏବଂ ଟୁଇଟକୁ କିଏ ଦେଖିବ ଆଉ ନ ଦେଖିବ, ତାହାର କଣ୍ଟ୍ରୋଲ ରହିବ। ଅନ୍ୟପକ୍ଷରେ କୁହାଯିବ ତ ହାଇଡ୍ ରିପ୍ଲାଏ ହେଉଛି ଟୁଇଟରର ନୂଆ ପ୍ରାଇଭେସି ଫିଚର। ଏହା କେତେକ ଦେଶରେ ଲାଗୁ କରାଯାଇଛି।

ଏହି ଫିଚର ଲାଗୁ ହେବା ଦ୍ବାରା ୟୁଜର୍ସଙ୍କ ପାଖରେ ସେ କେଉଁ ପୋଷ୍ଟର ରିପ୍ଲାଏକୁ ହାଇଡ୍ କରିବାକୁ ଚାହିଁବେ ଅଥବା ଚାହିଁବେନି, ତାହାର ବିକଳ୍ପ ରହିବ। ଫଳରେ ଆପଣ ତୁରନ୍ତ ଟୁଇଟରରେ କୌଣସି ଟୁଇଟକୁ ଲୁଚେଇ ପାରିବେ। ଏହି ଫିଚରକୁ ଅନ୍ କରିବା ପାଇଁ ଟୁଇଟ୍ ସହ ଦେଖାଯାଉଥିବା ୩ ଡଟ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଏହାପରେ ହାଇଡ୍ ରିପ୍ଲାଏର ବିକଳ୍ପକୁ ଚୟନ କରିବାକୁ ହେବ। ଯଦିଓ ୟୁଜରମାନଙ୍କ ପାଖରେ ଏହାର ବିକଳ୍ପ ହେବନି ଯେ ସେ ସବୁବେଳେ ରିପ୍ଲାଏ ବଟନକୁ ହାଇଡ୍ କରିପାରିବେ। ଅର୍ଥାତ୍ ଆପଣ ସବୁ ସମୟରେ ରିପ୍ଲାଏ ବଟନକୁ ଲୁଚାଇ ପାରିବେ ନାହିଁ।

ଏହାସହ ପଢ଼ନ୍ତୁ: ଫେସବୁକରେ ବି ଆପଣ ବନେଇ ପାରିବେ ‘ଟିକ ଟକ୍’ ଭଳି ଭିଡିଓ, ଖୁବଶୀଘ୍ର ଆସୁଛି ନୂଆ ଆପ୍

କ’ଣ ହେବ ଲାଭ?
ଏହି ଫିଚରର ସବୁଠାରୁ ଅଧିକ ଲାଭ ହେବ, ଯଦି କେହି ଆପଣଙ୍କୁ ଟ୍ରୋଲ କରିବାକୁ ଚେଷ୍ଟା କରିବ, ତା’ହେଲେ ଆପଣ ତାଙ୍କ ରିପ୍ଲାଏକୁ ହାଇଡ୍ କରିପାରିବେ। ଏପରି କି, ଅନ୍ୟ ଲୋକ ପାଖରେ ସେହି ରିପ୍ଲାଏ ପହଞ୍ଚି ପାରିବ ନାହିଁ। ବର୍ତ୍ତମାନ ଏହି ଫିଚରକୁ କାନାଡ଼ାରେ ଲାଗୁ କରାଯାଇଛି। ଅନ୍ୟପକ୍ଷରେ ଟୁଇଟର ଏବେ ନିଜ ଡେକ୍ସଟପ୍ ଭର୍ସନର ଇଣ୍ଟରଫେସ୍ ବଦଳାଇ ଦେଇଛି। ଟୁଇଟର ଡେକ୍ସଟପ୍ ଭର୍ସନ ବର୍ତ୍ତମାନ ମୋବାଇଲ୍ ଆପ୍ ଭଳି ଦେଖାଯାଉଛି। ତେବେ ଏହି ନୂଆ ଇଣ୍ଟରଫେସ୍ କେତେକ ୟୁଜରଙ୍କୁ ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.