Below header

୪୦ ତଦନ୍ତକାରୀ ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ,ଦୁଷ୍କର୍ମ, ହତ୍ୟା ଭଳି ଜଘନ୍ୟ ଅପରାଧର କରିଥିଲେ ତଦନ୍ତ

୪୦ ଜଣ ତଦନ୍ତକାରୀ ପୋଲିସ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ଦୁଷ୍କର୍ମ, ହତ୍ୟା ଭଳି ଜଘନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ କରାଇଥିବା ତଦନ୍ତକାରୀ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏମାନଙ୍କ ଭିତରେ ଅଛନ୍ତି ଆଇପିଏସ୍‌ କନଓ୍ଵର ବିଶାଳ ସିଂ, ଏମ୍‌. ଏସ୍‌, ସମ୍ପଦଙ୍କ ସମେତ ୩୮ ଜଣ ଇନିସପେକ୍ଟର ଓ ସବ-ଇନିସପେକ୍ଟର। ଏହି ଅବସରରେ ପୋଲିସ ଡିଜି କହିଥିଲେ, ବିଭିନ୍ନ ସମୟରେ ସାକ୍ଷୀମାନେ ଅଭିଯୁକ୍ତଙ୍କ ଦ୍ୱାରା ପ୍ରଭାବିତ ହେଉଛନ୍ତି। ଫଳରେ କନ୍‌ଭିକସନ୍‌ ହାର କମୁଥିବା ପୋଲିସ ଡିଜି କହିଛନ୍ତି। ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାର ସର୍ବଭାରତୀୟ ତୁଳନାରେ ବହୁତ କମ୍‌। ତଦନ୍ତରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ କରି ଦୋଷୀ ସାବ୍ୟସ୍ତ ହାରକୁ ବୃଦ୍ଧି ଦିଗରେ ପଦକ୍ଷେପ ଗ୍ରହଣ କରୁଛି ଓଡ଼ିଶା କ୍ରାଇମବ୍ରାଞ୍ଚ। ଏହାସହ ଗତବର୍ଷ ରେକର୍ଡ ସଂଖ୍ୟକ ଗଞ୍ଜେଇ ଚାଷକୁ ପୋଲିସ ନଷ୍ଟ କରିଛି। ଏବେ ଆନ୍ତଃରାଜ୍ୟ ବ୍ରାଉନସୁଗାର ମାଫିଆଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିଛି ଓଡ଼ିଶା ପୋଲିସ। ଏଥିପାଇଁ ସବୁ ଜିଲ୍ଲା ପୋଲିସକୁ ନିର୍ଦ୍ଦେଶ ଦିଆଯାଇଥିବା ପୋଲିସ ଡିଜି କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.