ଜଳକା ପାଇଁ ଚିନ୍ତା ଘାରିଛି, ନଦୀବନ୍ଧର ଦୁର୍ବଳ ପଥର ପ୍ୟାକିଂ ୫୦ଖଣ୍ଡ ଗାଁର ଦୁଃଖ ବଢାଉଛି

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍‌ ମଧ୍ୟ ଦେଇ ପ୍ରବାହିତ ହେଉଛି ଜଳକା ନଦୀ। ବର୍ଷାଦିନେ ସାମାନ୍ୟ ବର୍ଷା ହେଲେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହୋଇଥାଏ ନଦୀ। ଏଥିପାଇଁ ନଦୀବନ୍ଧରେ ପଥର ପ୍ୟାକିଂ କାମ ଆରମ୍ଭ ହୋଇଥିଲେ ମଧ୍ୟ ଏହା ଅତ୍ୟନ୍ତ ନିମ୍ନମାନର ବୋଲି କହିଛନ୍ତି ସ୍ଥାନୀୟ ଲୋକେ।
ବସ୍ତା ବ୍ଲକ୍‌ ଅନ୍ତର୍ଗତ ମଥାନି, ପେଗଡ଼ପଡା, ଦତ୍ତପୁର, ଶିବଗତିଆ, ଲକ୍ଷଣାପଡଡ଼ା, କୁଳ, ସାନଖୁଡ଼ି, ବଡଖୁଡ଼ି ଆଦି ଅଞ୍ଚଳରେ ଦୁର୍ବଳ ନଦୀବନ୍ଧ ଥିବା ଯୋଗୁ ଏହିସବୁ ସ୍ଥାନରେ ଜଳସେଚନ ବିଭାଗ ପକ୍ଷରୁ ପ୍ୟାକିଂ କାମ କରାଯାଉଛି। ଅନ୍ୟପଟେ ଯଦି ବନ୍ଧ ଭାଙ୍ଗେ ତାହାହେଲେ ବ୍ଳକ୍‌ର ମଥାନି, କୁଡିଆ, ବାହାର୍ଦା, ଦୁଧହଂସା ଏବଂ ସଦର ବ୍ଳକ୍‌ର ରସୁଲପୁର, ଶ୍ରୀରାମପୁର ପଂଚାୟତର ପାଖାପାଖି ୫୦ ଖଣ୍ଡ ଗାଁ ପ୍ରଭାବିତ ହେବାର ଆଶଙ୍କା ରହିଛି। ସେପଟେ ଘଟଣା ସମ୍ପର୍କରେ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ଦୁର୍ବଳ ନଦୀବନ୍ଧ ସ୍ଥାନରେ ପ୍ରଚୁର ମାତ୍ରାରେ ବାଲି ଭର୍ତି ବସ୍ତା, ଖୋଲା ସିମେଂଟ ବସ୍ତା, ଏବଂ ବାଉଁଶ ମହଜୁଦ ଅଛି ବୋଲି ସେ କହିଛନ୍ତି। ଯଦି ଠିକଣା ଭାବେ ଦୁର୍ବଳ ନଦୀବନ୍ଧର ମରାମତି କାମ କରାନଯାଏ ତେବେ ବନ୍ୟା ବିପତ୍ତି ଟାଳିବା କଷ୍ଟକର ହୋଇପଡ଼ିବ ବୋଲି ସନ୍ଦେହ ସୃଷ୍ଟି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.