Below header

ପୁଣି ଅଲୋଡ଼ା ଶିଶୁ କନ୍ୟା ନଖରେ ରାମ୍ପି ମାରିଦେଲା ବାପା

ମହାରାଷ୍ଟ୍ରର ୟବତମଲ ଅଂଚଳର କରାମାନା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗ୍ରାମରେ ଅଶୋକ ସିନ୍ଦେ ନାମକ ଏକ ବ୍ୟକ୍ତିଙ୍କର ସପ୍ତମ ସନ୍ତାନ ଭାବେ ଏକ ଝିଅ ଜନ୍ମ ହୋଇଥିଲା ସେଥିପାଇଁ ଏହି ପରିବାର ସେହି ନିଷ୍ପାପ ଶିଶୁକୁ ଦଳି ମକଚି ହତ୍ୟା କରିଥିଲେ। ଏହାପରେ ସେହି ନବଜାତ ଶିଶୁକୁ ବିଲରେ ମାଟିଖୋଳି ପୋତି ଦେଇଥିଲେ।

ସୂଚନା ଅନୁଯାୟୀ ସିନ୍ଦେଙ୍କ ପତ୍ନୀ ଜୁନ ୨୮ତାରିଖରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଝିଅ ଜନ୍ମହେବା ଶୁଣି ଘରେ ସମସ୍ତେ ରାଗିଯାଇଥିଲେ। ଘର ଭିତରେ ଯେପରି ଝଡ ସୃଷ୍ଟି ହୋଇଥିଲା ଏବଂ ଠିକ ତାର ପରଦିନ ଶିଶୁଟିକୁ ହତ୍ୟା କରାଯାଇ ମାଟିରେ ପୋତି ଦିଆଯାଇଥିଲା। ଏକ ଅଜଣା ବ୍ୟକ୍ତି ପୋଲିସକୁ ଫୋନ କରି ଏହି ବିଷୟରେ ସୂଚନା ଦେଇଥିଲେ। ସେହି ବ୍ୟକ୍ତିଙ୍କ କହିବା ଅନୁଯାୟୀ ଶିଶୁଟିକୁ ନଖରେ ରାମ୍ପି ଦଳି ହତ୍ୟା କରାଯାଇଥିଲା।

ଏହାପରେ ପୋଲିସ ଘଟଣା ସ୍ଥଳରେ ପହଂଚି ମାଟିଖୋଳି ଶିଶୁର ଶବକୁ ବାହାରକୁ ଆଣି ପୋଷ୍ଟମର୍ଟମ ପାଇଁ ପଠାଇଛି। ବର୍ତ୍ତମାନ ଏହି ଘଟଣାରେ ଡାକ୍ତର ରିପୋର୍ଟକୁ ଅପେକ୍ଷା କରାଯାଇଛି ଏବଂ ପୋଲିସ ପୁରା ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତକୁ ଅତିଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.