Below header

ଓଡ଼ିଆରେ ସୁପ୍ରିମକୋର୍ଟଙ୍କ ରାୟ

ଏଣିକି ଓଡିଆରେ ଉପଲବ୍ଧ ହେଉଛି ସୁୁପ୍ରିମକୋର୍ଟଙ୍କ ରାୟ । ସୁପ୍ରିମକୋର୍ଟ େଓ୍ଵବସାଇଟରେ ରାୟର ନକଲ ମିଳୁଛି । ଓଡ଼ିଶା ସଂପର୍କୀତ ରାୟର ନକଲ େଓ୍ଵବ ସାଇଟରେ ମିଳୁଛି । ଏଥିପାଇଁ www. sci. gov. inକୁ ଯିବାକୁ ହେବ । ଏହାପରେ VERNACULAR JUDGEMENTSକୁ କ୍ଲିକ୍‌ କରନ୍ତୁ । ସେହିଠାରେ ଆପଣ ଓଡ଼ିଶା ସଂପର୍କୀତ ମାମଲାର ରାୟ ଓଡ଼ିଆରେ ପାଇପାରିବେ। ବର୍ତ୍ତମାନ ଛଅଟି ଆଞ୍ଚଳିକ ଭାଷାରେ ଜଜ୍‌ମେଣ୍ଟ କପି ଉପଲବ୍ଧ ହେଉଛି । ଓଡିଆ ବ୍ୟତୀତ ଅହମିୟା, ହିନ୍ଦୀ, କନ୍ନଡ, ମରାଠୀ ଓ ତେଲୁଗୁ ଭାଷାରେ କୋର୍ଟଙ୍କ ରାୟର ନକଲ ମିଳିୁଛି । ପୂର୍ବରୁ କେବଳ ଇଂରାଜୀରେ ହିଁ ରାୟର ନକଲ ମିଳୁଥିଲା । ଏ ହେଉଛି ଓଡିଆ ଭାଷାରେ ପ୍ରକାଶିତ ରାୟର ନକଲ । ଓଡିଶା ସରକାର ଏବଂ ଚନ୍ଦ୍ର ନନ୍ଦୀ ମାମଲାରେ ରାୟର ଏ ହେଉଛି ଓଡ଼ିଆ ନକଲ । ଏଥିରେ ଜଷ୍ଟିସ ଅଭୟ ମନୋହର ସପ୍ରେ ଓ ଜଷ୍ଟିସ ଦୀନେଶ ମାହେଶ୍ୱରୀଙ୍କ ସ୍ୱାକ୍ଷର ରହିଛି । ଓଡ଼ିଆ ଭାଷାରେ ସୁପ୍ରିମକୋର୍ଟ ରାୟର ନକଲ ମିଳିବା ପରେ ଏହାକୁ ପଢିବାକୁ ସୁବିଧା ହେଉଛି । ଆଇନଜୀବୀଙ୍କ ସମେତ ବିିଭିନ୍ନ ବର୍ଗ ପକ୍ଷରୁ ଏଭଳି ପଦକ୍ଷେପକୁ ସ୍ୱାଗତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.