ଜିଲ୍ଲାପାଳଙ୍କ ମହନୀୟତା,ହସ୍ପିଟାଲ ନୁହେଁ ନିଜ ଘରେ ବେଡ଼ ଦେଲେ ୧୦୦ ଶିଶୁ ରୋଗୀଙ୍କୁ

ଜିଲ୍ଲାପାଳଙ୍କ ଆବାସ ହେଲା ହସ୍ପିଟାଲ। ମଧ୍ୟପ୍ରଦେଶ ସିଧି ଜିଲ୍ଲାରେ କୁପୋଷଣରେ ଶୀକାର ଶିଶୁଙ୍କୁ ମେଡିକାଲରେ ବେଡ୍‌ ନମିଳିବାରୁ ନିଜ ଘରେ ହିଁ ବେଡ ଲଗାଇଲେ ଜିଲ୍ଲାପାଳ ଅଭିଷେକ ସିହ୍ନା । ପ୍ରାୟ ୫୦୦ ଅସୁସ୍ଥ ଶିଶୁଙ୍କୁ ନେଇ ସେମାନଙ୍କ ପରିବାର ଲୋକଙ୍କୁ ମେଡିକାଲରେ ପହଞ୍ଚିଥିଲେ। ମାତ୍ର ମେଡିକାଲ ଓ ନର୍ସିଂ ହୋମରେ ୪୦୦ଜଣ ଶିଶୁଙ୍କ ପାଇଁ ବେଡ୍‌ର ବ୍ୟବସ୍ଥା ହୋଇପାରିଥିଲା। ଆଉ ୧୦୦ଜଣ ପିଲାଙ୍କ ପାଇଁ ବେଡ୍‌ ନଥିବାରୁ ଜିଲ୍ଲାପାଳ ନିଜ ଘରେ ହିଁ ସେମାନଙ୍କ ରହିବାର ବ୍ୟବସ୍ଥା କରିଥିଲେ। ସମସ୍ତ ସ୍ୱାସ୍ଥ୍ୟ ଉପକରଣ ବ୍ୟବସ୍ଥା ସହ ଶିଶୁଙ୍କ ପରିବାର ଲୋକଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା କରିଥିଲେ। ଏହା ସହ ମେଡିକାଲରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଥିବାରୁ ଜିଲ୍ଲାପାଳ ରିବାରୁ ୬ଜଣ ବିଶେଷଜ୍ଞଙ୍କୁ ଆଣିବାର ବ୍ୟବସ୍ଥା କରିଛନ୍ତି। ଜିଲ୍ଲାପାଳ ଅଭିଷେକ ସିହ୍ନାଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.