ପାଟକୁରା ହେବ କାହାର?, ଆସନ୍ତା ୨୦ ତାରିଖରେ ଭାଗ୍ୟ ନିର୍ଦ୍ଧାରଣ କରିବେ ପାଟକୁରାବାସୀ

ପାଟକୁରା ଯୁଦ୍ଧ ପାଇଁ ସରିଲା ପ୍ରଚାର। ଶେଷ ଦିନରେ ଗାଁ ଗାଁରେ ପହଞ୍ଚିଥିଲେ ପ୍ରାର୍ଥୀ। ତିନି ପ୍ରମୁଖ ଦଳର ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲ୍‌, ବିଜୟ ମହାପାତ୍ର ଓ ଜୟନ୍ତ ମହାନ୍ତି ଶୋଭାଯାତ୍ରା ସହ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ୍‌ରେ ସମର୍ଥନ ମାଗିଥିଲେ। ନିଜ ସପକ୍ଷରେ ସୃଷ୍ଟି କରିଥିଲେ ଜନମତ।ପୂର୍ବରୁ ବିଜେଡିର ଗଡ଼ ଥିଲା ପାଟକୁରା। ୨୦୦୪ ମସିହାରୁ ଏଠାରୁ ଜିତି ଆସୁଥିଲେ ବେଦପ୍ରକାଶ ଅଗ୍ରଓ୍ଵାଲ। ତାଙ୍କ ଦେହାନ୍ତ ପରେ ବିଜେଡି ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀଙ୍କୁ ଟିକେଟ ଦେଇଛି। ସାବିତ୍ରୀଙ୍କ ବିଜୟ ନେଇ ବିଜେଡି ଆଶାବାଦୀ। ସାବିତ୍ରୀଙ୍କ ସପକ୍ଷରେ ରହୁଛି ଅନୁକମ୍ପା ଭୋଟ୍‌। ସେହିପରି ପାଟକୁରା ପାଇଁ ବିଜେଡି ଖେଳିଛି ମହିଳା କାର୍ଡ। ସାବିତ୍ରୀଙ୍କୁ ପ୍ରାର୍ଥୀ କରି ମହିଳା ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଛି ଦଳ। ସ୍ୱତନ୍ତ୍ର ରଣନୀତି ସହ ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ କରିଛି ବିଜେଡି। ପାଟକୁରା ନିର୍ବାଚନ କ୍ଷେତ୍ରରେ ପ୍ରତି ପଞ୍ଚାୟତରେ ଦୁଇ ଜଣ ଲେଖାଏଁ ଟାଣୁଆ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ଶେଷ ପର୍ଯ୍ୟାୟରେ ହାଇଟେକ୍‌ ପ୍ରଚାର କରି ସାବିତ୍ରୀଙ୍କ ପାଇଁ ଭୋଟ୍‌ ମାଗିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟାନୟକ। ଚତୁର୍ଥ ଥର ପାଟକୁରାରେ ବିଜୟ ବାନା ଉଡ଼ାଇବା ଲକ୍ଷ୍ୟରେ ଦମ୍‌ ଲଗେଇ ଦେଇଛି ବିଜେଡି।

ଆହୁରି ପଢନ୍ତୁ: ସୁନ୍ଦରୀ ଥିଲେ ନିଶ ଥିବା ଏହି ରାଜକୁମାରୀ, ଯାହାଙ୍କ ପ୍ରେମରେ ଆତ୍ମହତ୍ୟା କରିଥିଲେ ୧୩ ଯୁବକ, ପଢ଼ନ୍ତୁ ପୂରା କାହାଣୀ

ସେହିଭଳି ପାଟକୁରାରେ ବିଜୟ ରଥ ଗଡ଼ାଇବାକୁ ବଳ ଖଟାଇଛି ବିଜେପି। ଭେଟେରାନ୍‌ ବିଜୟ ମହାପାତ୍ରଙ୍କ ପାଇଁ ଏହି ଲଢ଼େଇ ବେଶ ଗୁରୁତ୍ୱ ରଖୁଛି। ପାଟକୁରା ପୁଅ ବିଜୟ ଶୋଭାଯାତ୍ରା ସହ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନର ଭୋଟରଙ୍କୁ ମନାଇଛନ୍ତି। ବିଜୟଙ୍କ ପାଇଁ ଭୋଟ୍‌ ବି ମାଗିଛନ୍ତି ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ। ସାଂସଦ ଅପରାଜିତା ବି ପ୍ରଚାର କରିଛନ୍ତି। ପାଟକୁରାରେ ବିଜୟଙ୍କ ନିଜସ୍ୱ ସଂଗଠନ ରହିଛି। କିନ୍ତୁ  ଲୋକସଭା ନିର୍ବାଚନରେ ପାଟକୁରା ବିଧାନସଭା କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ୬ ହଜାରରୁ ଅଧିକ ଭୋଟ୍‌ ମିଳିଥିଲା। ସେପଟେ ନିର୍ବାଚନ ରଣାଙ୍ଗନାରେ ବିଜେଡି ଓ ବିଜେପିକୁ ମାତ ଦେବାକୁ କଂଗ୍ରେସ କରିଛି ସ୍ୱତନ୍ତ୍ର ରଣନୀତି। ପାଟକୁରା ଭୋଟ୍‌ ନିର୍ଣ୍ଣୟ କରିବ କଂଗ୍ରେସର ସ୍ଥିତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.