Below header

ରେଳ ବିଭାଗର ଖାମଖିଆଲ ମନୋଭାବ,ମୃତଦେହକୁ ଉଦ୍ଧାର କରିବାପାଇଁ ନଜର ଦେଉନାହାନ୍ତି କର୍ତ୍ତୃପକ୍ଷ

ଯାଜପୁର: ରେଳବାଇ ବିଭାଗର ଖାମଖିଆଲି ମନୋଭାବ ସାମ୍ନା କୁ ଆସିଛି। ଷ୍ଟେସନ ନିକଟରେ ପଡିରହିଛି ମୃତ ଦେହ ହେଲେ ଉଦ୍ଧାର କରିବାକୁ କେହି ନାହିଁ। ଏହା ହେଉଛି ଯାଜପୁର ରୋଡ଼ ରେଳଷ୍ଟେସନର ଘଟଣା। ଷ୍ଟେସନ ପାଖରେ କୌଣସି ଜଣଙ୍କ ମୃତ ଦେହ ପଡିଛି,ହେଲେ ଉଦ୍ଧାର କରିବାକୁ କେହି ନାହାନ୍ତି। ମୃତ ଦେହ ଉପରେ ଏକାଧିକ ଟ୍ରେନ ଯାତାୟତ ମଧ୍ୟ କରୁଛି,ହେଲେ ମୃତଦେହକୁ ଉଦ୍ଧାର କରିବା କଥା ଭୁଲି ଯାଇଛି ରେଳବିଭାଗ।

ଗତକାଲି ରାତି ୩ଟା ସମୟରେ ପୁରୁଷୋତ୍ତମ ଏକ୍ସପ୍ରେସ ଧକ୍କା ଫଳରେ ଏହି ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା।ତେବେ ଯାତ୍ରୀ ଜଣଙ୍କ ହେଲେ ଆନନ୍ଦପୁର ଥାନା ଅନ୍ତର୍ଗତ ଵଂଚୋ ଅଞ୍ଚଳର ହରେକୃଷ୍ଣ ଜେନା । ତେବେ ଏ ନେଇ ଭଦ୍ରକ ଜି ଆର ପି ଷ୍ଟେସନରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି। ଯାଜପୁର ରୋଡ଼ ରେଳ ଷ୍ଟେସନ ରେ କୌଣସି ସୁଇପର ନଥିବା ରୁ ଶବ ଉଦ୍ଧାରରେ ବିଳମ୍ବ ହେଉଥିବା ଯାଜପୁର ରୋଡ଼ ଜି ଆର ପି ପକ୍ଷରୁ ସୂଚନା ଦିଆଯାଇଛି।ଯାହାକୁ ନେଇ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.